ଚୀନକୁ ତାଇୱାନର କଡ଼ା ସନ୍ଦେଶ

0 65

ଦଫା ହୋ ଯାଓ

ନୂଆଦିଲ୍ଲୀ : ତାଇୱାନ୍ରେ ନ୍ୟାସନାଲ୍ ଡେ’ କଭରେଜ୍କୁ ନେଇ ଚୀନ୍ ଭାରତୀୟ ମିଡିଆକୁ ଚେତାବନୀ ଭରା ବାର୍ତ୍ତା ଦେଇଥିବାବେଳେ ତାଇୱାନ୍ ମଧ୍ୟ ଚୀନ୍କୁ କଡ଼ା ସନ୍ଦେଶ ଦେଇଛି । ତାଇୱାନ ବିଦେଶ ମନ୍ତ୍ରାଳୟ ଭାରତୀୟ ଲୋକତନ୍ତ୍ର ଓ ପ୍ରେସ୍ର ସ୍ୱାଧୀନତାକୁ ଉଦାହରଣ ଦେଇ କହିଛି କି ବର୍ତ୍ତମାନ ଭାରତ ଓ ତାଇୱାନର ବନ୍ଧୁତା କମ୍ୟୁନିଷ୍ଟ ଚାଇନାକୁ ଗୋଟିଏ ଜବାବ ଦେବେ- ସ୍ଥାନ ଛାଡ଼ (ଦଫା ହୋ ଯାଓ) । ସୂଚନାଥାଉକି ବୁଧବାର ତାଇୱାନ ନ୍ୟାଶନାଲ୍ ଡେ’କୁ ନେଇ ଭାରତୀୟ ଖବରକାଗଜ ଫୁଲ୍ପେଜ୍ ବିଜ୍ଞାପନ ମୁଦ୍ରଣ କରିଥିଲେ । ଏହାକୁ ନେଇ ଚୀନ୍ ଦୂତାବାସ ଭାରତୀୟ ମିଡିଆ ଆଉଟ୍ଲେଟ୍ସକୁ ଚେତାବନୀ ଦେଇ କହିଥିଲା କି ଦୁନିଆରେ କେବଳ ଗୋଟିଏ ଚୀନ୍ ଓ ୱାନ୍ ଚାଇନା ପଲିସିକୁ ସମ୍ମାନ କରାଯାଉ । ଚୀନ୍ ଦୂତାବାସ ଆହୁରି ବି କହିଛି କି ତାଇୱାନ୍ ଚୀନର ଅଂଶବିଶେଷ, ଏଥିପାଇଁ ତାଇୱାନ୍କୁ ଅଲଗା ଦେଶ କିମ୍ବା ତାଇୱାନ୍ର ନେତାଙ୍କୁ ରାଷ୍ଟ୍ରପତି କୁହାନଯାଉ । ବୁଧବାର ତାଇୱାନ୍ ବିଦେଶ ମନ୍ତ୍ରୀ ଜୋସେଫ୍ ବ୍ରୁ ବିଦେଶ ମନ୍ତ୍ରାଳୟର ଅଧିକାରୀସ୍ତରୀୟ ଟ୍ୱିଟର ପେଜ୍ରେ ଲେଖିଥିଲେ କି ପୃଥିବୀରେ ଭାରତ ହେଉଛି ସବୁଠୁ ବୃହତ୍ ଲୋକତାନ୍ତ୍ରିକ ଦେଶ ଯେଉଁଠି ଜୀବନ୍ତ ପ୍ରେସ୍ ଓ ସ୍ୱାଧୀନ ଭାବେ ଲୋକେ ବସବାସ କରିଥାନ୍ତି । କିନ୍ତୁ ଲାଗୁଛି କମ୍ୟୁନିଷ୍ଟ ଚୀନ୍ ଏହା ଉପରେ ସେନ୍ସର ଲଗାଇବାକୁ ଚେଷ୍ଟା କରୁଛି । ଏହା ଉପରେ ତାଇୱାନର ବନ୍ଧୁ ଭାରତୀୟଙ୍କ କେବଳ ଗୋଟିଏ ଜବାବ ହେଉଛି ଦଫା ହୋ ଯାଓ । ଅନ୍ୟପକ୍ଷରେ ଭାରତୀୟ ମିଡିଆ ମଧ୍ୟ ଚୀନ୍କୁ କଡ଼ା ସମାଲୋଚନା କରି କହିଛି କି ଡ୍ରାଗନ ନିଜର ଦଖଲ କେବଳ ଗ୍ଲୋବାଲ୍ ଟାଇମ୍ସରେ ସୀମିତ ରଖୁ । ପରନ୍ତୁ ଭାରତ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ ।

Leave A Reply

Your email address will not be published.