ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ପାଇଲେ ଲାଲୁ

0 61

ପାଟନା : ବିହାର ନିର୍ବାଚନ ଏବେ ସରଗରମ ହୋଇଉଠିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଚାରା ଦୁର୍ନୀତି ମାମଲାରେ ସଜା କାଟୁଥିବା ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରୀ କେସ୍ରୁ ଜାମିନ୍ ମିଳିଛି । ପରନ୍ତୁ ଲାଲୁ ଯାଦବ ଏବେ ଜେଲ୍ରୁ ମୁକୁଳିବେ ନାହିଁ କାରଣ ଦୁମ୍କା ଟ୍ରେଜେରୀ ମାମଲାର ଶୁଣାଣି ବାକି ରହିଛି । ସୂଚନାଥାଉକି ଲାଲୁ ଯାଦବ ଚାଇବାସା ଟ୍ରେଜେରୀ କେସ୍ରେ ଅଧା ଦଣ୍ଡ କାଟିସାରିଲେଣି । ଲାଲୁ ଯାଦବଙ୍କ ଜାମିନ୍ ଉପରେ ଆର୍ଜେଡି ଟ୍ୱିଟ୍ କରି କହିଛି କି ଲାଲୁ ପ୍ରସାଦ ଜୀବଙ୍କ ଅଧା କାରାଦଣ୍ଡ ପୂରଣ ହୋଇଥିବା ବେଳେ ଚତୁର୍ଥ କେସ୍ରେ ତାଙ୍କୁ ଜାମିନ୍ ମିଳିଯାଇଛି । ଏବେ ଆଉ ଗୋଟିଏ କେସ୍ ବାକି ରହିଛି ଯାହା ନଭେମ୍ବର ୯ରେ ପୂରଣ ହେବା ପରେ ସେ ମୁକୁଳିପାରନ୍ତି । ପ୍ରକାଶଥାଉକି ଚାଇବାସା ଟ୍ରେଜେରୀ କେସ୍ରେ ଲାଲୁ ଯାଦବ ନିଜର କାରାଦଣ୍ଡାଦେଶର ଅଧା ପୂରଣ କରିସାରିଥିବା ଯୋଗୁଁ ଜାମିନ୍ ପାଇଁ ଆବେଦନ କରିଥିଲେ । ଗତ ଶୁଣାଣିରେ ସିବିଆଇ କହିଥିଲା କି ଏବେ ତାଙ୍କର ଅଧା ଦଣ୍ଡ ପୂରଣ ହେବାକୁ ଆହୁରି ୨୬ଦିନ ବାକି ରହିଛି । ଏହାପରେ ମାମଲାର ଶୁଣାଣିକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ଏଥିସହ ନଭେମ୍ବରରେ ଦୁମ୍କା କେସ୍ରେ ମି ଲାଲୁ ଯାଦବଙ୍କ ଅଧା କାରାଦଣ୍ଡାଦେଶ ପୂରଣ ହୋଇଯିବ । ଲାଲୁ ଯାଦବଙ୍କ ଓକିଲ ବିଶ୍ୱାସ ରଖିଛନ୍ତି ଯେ ନଭେମ୍ବର ପରେ ଲାଲୁ ପ୍ରସାଦ ଯାଦବ ଜେଲରୁ ବାହାରି ପାରନ୍ତି ।

Leave A Reply

Your email address will not be published.