ରାମବିଳାସ ପାଶ୍ୱାନଙ୍କ ନିଧନ ପରେ ପୀୟୁଷ ଗୋୟଲଙ୍କୁ ଅତିରିକ୍ତ ଦାୟିତ୍ୱ

0 66

ନୂଆଦିଲ୍ଲୀ : ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କ ନିଧନ ହୋଇଯାଇଛି । ଦେଶର ତମାମ ବଡ଼ ନେତାମାନେ ଶୁକ୍ରବାର ଦିନ ତାଙ୍କ ବାସଭବନରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାମବିଳାସ ପାଶ୍ୱାନଙ୍କ ନିଧନ ପରେ ଉକ୍ତ ମନ୍ତ୍ରାଳୟର ଅତିରିକ୍ତ କାର୍ଯ୍ୟଭାର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ଶୁକ୍ରବାର ଏକ ପ୍ରେସ୍ ରିଲିଜ୍ ଜାରି କରି ଏହାର ସୂଚନା ଦିଆଯାଇଛି । ସୂଚନାଥାଉକି ରାମବିଳାସ ପାଶ୍ୱାନ କେନ୍ଦ୍ର ସରକାରଙ୍କ ଉପଭୋକ୍ତା, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ବିଭାଗର ମନ୍ତ୍ରୀ ଥିଲେ । ଏବେ ଏହାର ଅତିରିକ୍ତ କାର୍ଯ୍ୟଭାର ପୀୟୁଷ ଗୋୟଲ ସମ୍ଭାଳିବେ । ପୀୟୁଷ ଗୋୟଲଙ୍କ ପାଖରେ ଏହାପୂର୍ବରୁ ରେଳ ମନ୍ତ୍ରାଳୟ ଓ ବାଣିଜ୍ୟ-ଉଦ୍ୟୋଗ ମନ୍ତ୍ରାଳୟ ରହିଛି । ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାମବିଳାସ ପାଶ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାବାଦ ଦେଶରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଶନିବାର ରାମବିଳାସ ପାଶ୍ୱାନ୍ଙ୍କ ଅନ୍ତିମ ସଂସ୍କାର ପାଟନାରେ ହେବ ।

Leave A Reply

Your email address will not be published.