ଜମିଜମା ବିବାଦକୁ ନେଇ ପୂଜାରୀଙ୍କୁ ଜାଳିଦେଲେ

0 74

ଜୟପୁର : ରାଜସ୍ଥାନର କରୋଲିଠାରେ ଜମିଜମା ବିବାଦକୁ ନେଇ ଜଣେ ପୂଜାରୀଙ୍କୁ ଜାଳି ପୋଡ଼ି ମାରିଦିଆଯାଇଛି । ପୂଜାରୀଙ୍କୁ ଜାଳିଦେବା ପରେ ତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ପୂଜାରୀଜଣକ ମୃତ୍ୟୁବରଣ କରିଥିଲେ । ଏ ସମସ୍ତ ଘଟଣା ଜମି କବ୍ଜାକୁ ନେଇ ସଂଘଠିତ ହୋଇଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଜମିଜମା କବ୍ଜାକୁ ନେଇ ପୂଜାରୀଙ୍କୁ ଜାଳିପୋଡ଼ି ହତ୍ୟା କରିଦେଇଛନ୍ତି । ଏହି ଘଟଣା ପରେ ଜୟପୁର ଏମ୍ଏସ୍ଏସ୍ ହସ୍ପିଟାଲ ବାହାରେ ପୂଜାରୀଙ୍କ ପରିବାରବର୍ଗ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ପୋଲିସ ଅଫିସର ଓ ପରିବାର ମଧ୍ୟରେ ଆଲୋଚନା ଚାଲିଥିବା ଜଣାଯାଇଛି । ମାମଲାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ଅଧିକାରୀ କରୋଲି ଯାଇପାରନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବାବୁଲାଲ ବୈଷ୍ଣବଙ୍କ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ନିନ୍ଦନୀୟ ବୋଲି କହିଛନ୍ତି । ସଭ୍ୟ ସଭାରେ ଏଭଳି ହୀନ କାର୍ଯ୍ୟ କେବେବି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Leave A Reply

Your email address will not be published.