୨୦ ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ

0 73

ନୂଆପଡା. ୯/୧୦; ଖରିଆର ରୋଡ ସ୍ଥିତ ଜାତୀୟ ରାଜପଥ ୩୫୩ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନାନୁସାରେ ଖରିଆର ରୋଡ ନିବାସୀ ସୁଶାନ୍ତ କୁମାର କୋଲହାରାସ କୋମନା ବ୍ଲକ ଅନ୍ତର୍ଗତ ତରବୋଡ ନିକଟରେ ଏକ ପେଟ୍ରୋଲ ପମ୍ପ ଖୋଲିବାର ଅନୁମତି ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେର ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏତେ ଗୁଡାଏ ଟଙ୍କା ଦେବାରେ ଅସମର୍ଥ ପ୍ରକାଶ କରିବାରୁ ଶେଷରେ ୨୦ ହଜାର ଟଙ୍କା ରେ ରାଜି ହୋଇଥିଲେ । ଏହାକୁ ନେଇ ସୁଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ଅଫିସ ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଏକ ଦଳ ଉକ୍ତ କାର୍ଯ୍ୟାଳୟରେ ଚଢଉ କରି ରାସାୟନିକ ଲେପ ବୋଳା ହୋଇଥିବା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ମେହେରଙ୍କୁ ଗିରଫ କରିଥିଲା । ତାଙ୍କ ପୈତୃକ ଓ ସର୍ମ୍ପକୀୟ ଙ୍କ ବାସ ଭବନରେ ଚଢାଉ କରାଯିବା ସହ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡିଏସପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.