ଟିଆରପି ସ୍କାମରେ ରିପବ୍ଲିକ ଟିଭି ନୁହେଁ ବରଂ ଇଣ୍ଡିଆ ଟୁଡେର ନାମ ରହିଛି

0 69

ମୁମ୍ବାଇ : ଫର୍ଜି ଟିଆରପିକୁ ନେଇ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ପ୍ରେସ୍ କନଫରେନ୍ସ କରି ରିପବ୍ଲିକ୍ ଟିଭିର ନାମ ନେଇଥିଲେ ଓ କହିଥବଲେ କି ପଇସା ଦେଇ ଉକ୍ତ ଚାନେଲ ନିଜର ରେଟିଂ ବଢ଼ାଇଛି । ପରନ୍ତୁ ହଂସା ଥାନାରେ ଜାରି ଏଫ୍ଆଇଆରରେ ରିପବ୍ଲିକ ଟିଭି ନୁହେଁ ବରଂ ଇଣ୍ଡିଆ ଟୁଡେ ଚାନେଲର ନାମ ରହିଛି । ପୂରା ମାମଲାକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ନିଜ ସଫେଇରେ କହିଛି କି ଯାଞ୍ଚରେ ଇଣ୍ଡିଆ ଟୁଡେ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ଏବଂ ଅଭିଯୁକ୍ତ ରିପବ୍ଲିକ୍ ଟିଭିର ନାମ ନେଇଛି । ପୂରା ମାମଲାରେ ଏବେ ମୁମ୍ବାଇ ପୋଲିସକୁ ସଫେଇ ଦେବାକୁ ପଡ଼ୁଛି କାରଣ ଗତକାଲି ପ୍ରେସ୍ କନ୍ଫରେନ୍ସରେ କମିଶନର ପରମବୀର ସିଂ ଇଣ୍ଡିଆ ଟୁଡେ ବିରୋଧରେ ଏଫ୍ଆଇଆର୍ ହୋଇଥିବା କଥା କହିନଥିଲେ । ମୁମ୍ବାଇ ପୋଲିସ ଜଏଣ୍ଟ କମିଶନର ମିଳିନ୍ଦ ଭରାମ୍ବେ କହିଛନ୍ତି କି ଏଫ୍ଆଇଆରରେ ଇଣ୍ଡିଆ ଟୁଡେର ନାମ ତ ରହିଛି, କିନ୍ତୁ ନା କୌଣସି ଅଭିଯୁକ୍ତ ନା ଆଉ କେହି ଏଭଳି କହିଛନ୍ତି । ସେ କହିଛନ୍ତି ଅଭିଯୁକ୍ତ ଓ ସାକ୍ଷ୍ୟ ରିପବ୍ଲିକ୍ ଟିଭି, ଫକ୍ତ ମରାଠି ଓ ବକ୍ସ ସିନେମାର ନାଁ ହିଁ ନେଇଛନ୍ତି ।

Leave A Reply

Your email address will not be published.