ଅକ୍ଟୋବରରେ କରୋନା ସ୍ଥିତି

0 67

ସଂକ୍ରମିତ କମିଛି, ସୁସ୍ଥତା ହାର ବଢ଼ିଛି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗତି ଧିରେ ଧିରେ ହ୍ରାସ ହେବା ପରିଲକ୍ଷିତ ହୋଇଛି । ଗତ କିଛିଦିନ ହେବ ନା କେବଳ କରୋନା ଭାଇରସ୍ର ନୂଆ ମାମଲାରେ ହ୍ରାସ ପାଇଛି ବରଂ ଏହି ମହାମାରୀରେ ମୃତ୍ୟୁସଂଖ୍ୟା ବି ହ୍ରାସ ପାଇଛି । ସେପ୍ଟେମ୍ବର ମାସରେ ଯେଭଳି କରୋନାର ପ୍ରକୋପ ଦେଖିବାକୁ ମିଳିଥିଲା ଅକ୍ଟୋବର ମାସରେ କିନ୍ତୁ ସେଥିରେ ଆଶ୍ୱସ୍ତିଜନକ ଖବର ଆସିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଖ୍ୟାକୁ ଯଦି ତର୍ଜମା କରାଯାଏ ତେବେ ଗତ କିଛି ସପ୍ତାହ ହେବ ଦେଶରେ ଯେତିକି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ତା’ଠାରୁ ଅଧିକ ରୋଗୀ ଠିକ୍ ହୋଇସାରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ ଗତ ୩ ସପ୍ତାହ ହେବ କରୋନା ସଂକ୍ରମିତ ସଂଖ୍ୟା ଠାରୁ କରୋନାରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଢ଼େର୍ ଅଧିକ ରହିଛି । ସେହିପରି ଏହି ସମୟ ମଧ୍ୟରେ ନୂଆ କରୋନା ରୋଗୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାପଡ଼ିଛି । ସେହିପରି କରୋନାର ସାପ୍ତାହିକ ପରିସଂଖ୍ୟାନକୁ ଯଦି ପର୍ଯ୍ୟାଲୋଚନା କରିବା ତେବେ ୧୮ରୁ ୨୪ ସେପ୍ଟେମ୍ବର ସପ୍ତାହରେ ୬ଲକ୍ଷ ୧୪ହଜାର ୨୬୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ସପ୍ତାହରେ ୬ଲକ୍ଷ ୪୯ହଜାର ୯୦୮ ଜଣ ଆରୋଗ୍ୟଲାଭ କରିଥିଲେ । ସେହିପରି ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ସପ୍ତାହ ମଧ୍ୟରେ ନୂଆ କରୋନା ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୮୦ହଜାର ୬୬ ଥିବାବେଳେ ଏଥିରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୫ଲକ୍ଷ ୯୮ହଜାର ୨୧୪ଜଣ । ଠିକ୍ ସେହିପରି ଅକ୍ଟୋବର ୨ରୁ ଅକ୍ଟୋବର ୮ ସପ୍ତାହ ମଧ୍ୟରେ ନୂତନ ଚିହ୍ନଟ କରୋନା ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୫୪ହଜାର ୫୦୩ ରହିଥିବାବେଳେ ସେହି ସପ୍ତାହରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୫ଲକ୍ଷ ୨୩ହଜାର ୭୧ଜଣ । ଯଦି ଆମେ ୧୮ ସେପ୍ଟେମ୍ବର ପୂର୍ବ ସପ୍ତାହଗୁଡ଼ିକୁ ପରିଲକ୍ଷିତ କରିବା ତେବେ ଏହି ସମୟ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥତା ହାର କମ୍ ରହିଥିଲା । ୧୧ରୁ ୧୭ ସେପ୍ଟେମ୍ବର ମଧ୍ୟରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ୬୫ହଜାରରୁ ଅଧିକ ଥିବାବେଳେ ସୁସ୍ଥ ହୋଇଥିଲା ପାଖାପାଖି ୫୫ହଜାର । ସର୍ବୋପରି ଯଦି କୁହାଯାଏ ତେବେ ଅକ୍ଟୋବର ମାସରେ କରୋନାର ପ୍ରକୋପ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.