ବିଜୟବର୍ଗୀୟ ସମେତ ଅନ୍ୟ ବିଜେପି ନେତାଙ୍କ ବିରୋଧରେ କେସ୍ ଦାୟର

0 71

କୋଲକାତା : କୋଲକାତା ପୋଲିସ ବିଜେପି ରାଷ୍ଟ୍ରୀୟ ମହାସଚିବ ବିଜୟବର୍ଗୀୟ ଗେହଲଟଙ୍କ ସମେତ କିଛି ଲୋକଙ୍କ ବିରୋଧରେ କେସ୍ ଦାୟର କରିଛି । ଏମାନଙ୍କ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଳ ରୟ, ସାଂସଦ ଲୋକେଟ୍ ଚାଟାର୍ଜୀ, ଅର୍ଜୁନ ସିଂ, ରାେକେଶ ସିଂ, ଭାରତୀୟ ଘୋଷ ଓ ଜୟପ୍ରକାଶ ମଜୁମ୍ଦାରଙ୍କ ନାମ ରହିଛି । ନିୟମ ଉଲ୍ଲଂଘନ କରି ଏକଜୁଟ୍ ହୋଇଥିବାର ଅଭିଯୋଗ ଏମାନଙ୍କ ଉପରେ ହେବା ପରେ ଏହି କେସ୍ ଦାୟର ହୋଇଛି । ସୂଚନାଥାଉକି ଗୁରୁବାର ବିଜେପି ପକ୍ଷରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ଆସୁଥିବା ବିଜେପିର ଏକ ମୋର୍ଚ୍ଚା ଆସୁଥିଲା । ତେବେ ଏହି ସମୟରେ କୋଲକାତା ଓ ହାୱଡ଼ାର କିଛି ସ୍ଥାନରେ ହିଂସା ସୃଷ୍ଟି ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ସେହିପରି ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଟିୟର ଗ୍ୟାସ୍ ଓ ପାଣି ମାଡ଼ କରାଯାଇଥିଲା ।

Leave A Reply

Your email address will not be published.