ନିର୍ଭୟା ଦୋଷୀଙ୍କ ଓକିଲଙ୍କ ବୟାନକୁ ଚର୍ଚ୍ଚା ଜୋର୍

0 58

‘ହାଥରସ ଘଟଣାରେ ରାଜନୀତି କରାଯାଉଛି’

ହାଥରସ : ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ଏଭଳି ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ କହିଛନ୍ତି କି ହାଥରସ୍ ଘଟଣା ଏକ ଅନରକିଲିଂ । ଦିଲ୍ଲୀ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଥିବା ଓକିଲ ଏପି ସିଂହ ଆଜି ହାଥରସ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପହଞ୍ଚିଛନ୍ତି । ଇଲାକାର ମହାସଭା ପଦାଧିକାରୀଙ୍କ ସହ ବୁଲଗଢ଼ି ଗାଁରେ ସେ ସେମାନଙ୍କ ଘରକୁ ଯାଇଛନ୍ତି । ଘଟଣାକୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି । ଏହା ସହ ସେ ନାର୍କୋ ଟେଷ୍ଟ କରିବା ମଧ୍ୟ ·ହିଁଛନ୍ତି । ତାଙ୍କ ଦାବି ଯେ ·ରି ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ସମେତ ଅନ୍ୟାନ୍ୟ ଟେଷ୍ଟ କରାଯାଉ । ଅଭିଯୁକ୍ତଙ୍କ ମୋକଦ୍ଦମା ଲଢ଼ିବାରେ ସେ ଫି’ ନେବେ କି ବିନା ଫି’ରେ ଲଢ଼ିବେ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି ଏପି ସିଂହ । ପ୍ରଥମେ ସେ ଏ ପ୍ରଶ୍ନର ଉତ୍ତର ଟାଳିବାକୁ ଚେଷ୍ଟା କରୁଥିଲେ । ମାତ୍ର ମହାସଭା ଏ ନେଇ ତାଙ୍କୁ ଫି’ ଦେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ନିର୍ଭୟା ମାମଲାରେ ନିର୍ଭୟା ପକ୍ଷରୁ ଲଢ଼ିଥିବା ଓକିଲ ସୀମା ହାଥରସ ପୀଡ଼ିତାଙ୍କ ଓକିଲ ନିଃଶୁକ୍ଲ ଲଢ଼ିବା ଘୋଷଣା କରିଛନ୍ତି । ଏପି ସିଂହ ଅଭିଯୋଗ କରିଛନ୍ତି ହାଥରସ ଘଟଣାକୁ ରାଜନୀତି କରାଯାଉଛି । ଘଟଣାର ସପ୍ତାହେ ପରେ ପୀଡ଼ିତା ପରିବାରକୁ ନେତାମାନେ ଦେଖା କରିବା ପରେ ଏଫଆଇଆର ରୁଜୁ କରାଗଲା । ତେବେ ସେ ଜୋର ଦେଇ କହିଛନ୍ତି ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନରେ ପ୍ରାରମ୍ଭରୁ ବଳାକ୍ରାର କଥା କେଉଁଠି ଉଠିନାହିଁ ।

Leave A Reply

Your email address will not be published.