ଦାଦାପୁଅ ଭାଇଙ୍କ ଦ୍ୱାରା ନାବାଳିକା ୪ ମାସର ଗର୍ଭବତୀ

0 61

ଅହମ୍ମଦାବାଦ : ଗୁଜୁରାଟର ନବସାରୀ ଜିଲ୍ଲାରେ ଦୁଇଜଣ ନାବାଳିକାଙ୍କ ସହ ବଳାକ୍ରାର ମାମଲା ସାମ୍ନାକୁ ଆସିଛି । ନବସାରୀ ପୋଲିସ ଉପଅଧୀକ୍ଷକ ବିଏସ୍ ମୋରୀ ଏହି ଦୁଇଟି ଘଟଣା ଉପରେ ସୂଚନା ଦେଇଛନ୍ତି । ପ୍ରଥମ ଘଟଣାରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କ ଦାଦାପୁଅ ଭାଇ ଗତ ୫ ମାସ ହେବ ଲଗାତାର ବଳାକ୍ରାର କରିଆସୁଥିବା ସେ କହିଛନ୍ତି । ଏହାପରେ ପୀଡ଼ିତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି କି ସେ ୪ ମାସର ଗର୍ଭବତୀ ଅଛନ୍ତି । ସେହିପରି ଜିଲ୍ଲାର ଆଉ ଏକ ଘଟଣା ଅନୁଯାୟୀ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ସହ ତାଙ୍କ ଦାଦାପୁଅ ଭାଇର ଜଣେ ସାଙ୍ଗ ଅକ୍ଟୋବର ୩ ତାରିଖରେ ବଳାକ୍ରାର କରିଥିଲେ । ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଜଣକ ସୋସିଆଲ ମିଡିଆରେ ଉକ୍ତ ନାବାଳିକାଙ୍କ କିଛି ଅଶ୍ଳୀଳ ଫଟୋ ବି ପୋଷ୍ଟ କରିଛନ୍ତି । ଡିସିପିଙ୍କ ସୂଚନାନୁଯାୟୀ ପ୍ରଥମ ଘଟଣାରେ ନାବାଳିକ ଏକାକୀ ଘରେ ଥିବାବେଳେ ତାଙ୍କ ଦାଦାପୁଅ ଭାଇ ବଳାକ୍ରାର କରିଥିଲେ । ପରେ ସେ ତାଙ୍କର ଅନ୍ୟ ଦୁଇ ଦାଦାପୁଅ ଭାଇଙ୍କୁ ଏ ବିଷୟରେ କହିବାରୁ ସେମାନେ ବି ଧମକଚମକ ଦେଇ ଉକ୍ତ ନାବାଳିକାକୁ ବଳାକ୍ରାର କରିଥିଲେ । ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷରୁ କମ୍ ଥିବା ଜଣାଯାଇଛି । ଡିସିପି କହିଛନ୍ତି କି ପୀଡ଼ିତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଯାଞ୍ଚବେଳେ ଡାକ୍ତରଜଣକ ପୀଡ଼ିତାଙ୍କ ମା’ଙ୍କୁ କହିଥିଲେ କି ସେ ୪ମାସର ଗର୍ଭବତୀ ଅଛନ୍ତି । ଏହାପରେ ନାବାଳିକାଜଣକ ସବୁ ଘଟଣା ତାଙ୍କ ମା’ଙ୍କୁ କହିଥିଲେ । ତେବେ ଅଭିଯୁକ୍ତମାନଙ୍କ ବୟସରୁ ୧୮ ବର୍ଷରୁ ଊଦ୍ଧ୍ୱର୍ ହୋଇନଥିବାରୁ ପୋସ୍କୋ ଆକ୍ଟ ଅନୁଯାୟୀ ମାମଲା ଦାୟର କରାଯାଇଛି । ଦ୍ୱିତୀୟ ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ସହ ବଳାକ୍ରାର କରି ତା’ର ଭିଡିଓ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିବା ଅଭିଯୋଗରେ ଗିରଫ କରିଛି । ଏହି ଘଟଣାରେ ପୋଲିସ କହିଛି କି ଉକ୍ତ ନାବାଳିକାକୁ ବ୍ୟକ୍ତିଜଣକ ତା’ର ମୋଟର ସାଇକେଲରେ ବସାଇ ଏକ ନିଛାଟିଆ ଜାଗାକୁ ନେଇଥିଲା । ପରେ ବ୍ୟକ୍ତିଜଣକ ତାଙ୍କୁ ବଳାକ୍ରାର କରିବା ପରେ ମୋବାଇଲ୍ ଫୋନ୍ରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଉଠାଇଥିଲେ । ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାଯାଇଥିଲା । ଏହି ଘଟଣାରେ ଆଇପିସିର ଧାରା ୩୭୬, ପୋସ୍କୋ ଅଧିନିୟମ ଓ ଧାରା ୬୬(ଇ) ଅନୁଯାୟୀ ମାମଲା ଦାୟର କରାଯାଇଛି ।

Leave A Reply

Your email address will not be published.