ଗଞ୍ଜେଇ ଭର୍ତ୍ତି କାର୍ ଛାଡି ଡ୍ରାଇଭର ଫେରାର

0 56

ପାରଳାଖେମୁଣ୍ଡି : ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତନଖି ପାଇଁ ଏକ କାରକୁ ଅଟକା ଯଇଥିଲା । ହେଲେ କାରଟି ନ ଅଟକି ଦ୍ରୁତ ଗତିରେ କିଛି କିଲୋମିଟର ଯାଇ କାରଟିକୁ ଛାଡି ଡ୍ରାଇଭର ଫେରାର ହୋଇଥିଲା । ଏହି କାରକୁ ପିଛା କରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କଲାପରେ କାର୍ରୁ ୩ବସ୍ତା ଗଞ୍ଜେଇ ମିଳିଥିଲା । ଯାହାର ମୁଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଛାଡି ଯାଇଥିବା କାର୍କୁ ଜବତ କରି ପୋଲିସ ଫେରାର ଥିବା ଆସାମୀକୁ ତୁରନ୍ତ ଗିରଫ କରିବା ପାଇଁ ବ୍ୟାପକ ଉଦ୍ୟମ ଚଳାଇଥିବା ସୁଚନା ମିଳିଛି । ଗଜପତି ଜିଲ୍ଲା ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ କହିଛନ୍ତି,ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଜପତିରୁ ଜିଲ୍ଲରୁ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ ତରଫରୁ ସ୍ୱତନ୍ତ୍ର ଭାବେ ପେଟ୍ରୋଲିଂ କରାଯାଉଛି । ଏପରି ଭାବେ ଗତକାଲି କମଳାପୁର ଛକ ନିକଟରେ ପୋଲିସ ବ୍ଲକିଂ କଲାବେଳେ ଏକ କାର୍ ନ ଅଟକି ଦ୍ରୁତ ଗତିରେ ଚାଲିଯାଇଥିଲା । ପୋଲିସ ଏହାକୁ ପିଛା କରିଥିଲା । ହେଲେ କାର୍ଟି ଚୁନ ଘାଟିରେ ଅଟକାଇ ଡ୍ରାଇଭର ଫେରାର ହୋଇଯାଇଥିଲା । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବାରେ ୩ବସ୍ତା ଗଞ୍ଜେଇ ମିଳିଥିଲା । ଏହାର ଓଜନ ୭୧କିଲୋ ୪୦୦ଗ୍ରାମ ବୋଲି ଜଣାପଡିଥିଲା । ଯାହାର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ଉର୍ଦ୍ଧ ହେବ । ପୋଲିସ କାର୍ ନଂ ଓଡି ୦୨ବିଏଲ ୪୩୦୧କୁ ଜବତ କରି ମୋହନା ଥାନାରେ ଏନଡିପିସ୍ ଧାରାରେ କେସ ନଂ ୧୬୫/୨୦ ରେ ଏକ ମକଦ୍ଦମା ରୁଜୁ କରି ସଂପୃକ୍ତ ଡ୍ରାଇଭର ସହ ଏହି ଗଞ୍ଜେଇ ଚୋରା କାରବାରରେ ଲିପ୍ତ ସମସ୍ତଙ୍କୁ ଅତି ତୁରନ୍ତ ଗିରଫ କରିବା ପାଇଁ ତନାଘନା ଉଦ୍ୟମ ଜାରି ରଖିଥିବା ସୁଚନା ମିଳିଛି ।

Leave A Reply

Your email address will not be published.