ପୂଜାରୀଙ୍କୁ ଜାଳିପୋଡ଼ି ମାରିଦିଆଯିବା ଘଟଣା

0 62

ଅନ୍ତିମ ସଂସ୍କାର ନକରିବା ଜିଦରେ ପରିବାରବର୍ଗଙ୍କ ଧାରଣା

କରୋଲି : ରାଜସ୍ଥାନର କରୋଲିଠାରେ ଜଣେ ପୂଜାରୀଙ୍କୁ ଜାଳିପୋଡ଼ି ମାରିଦିଆଯିବା ପରେ ଏବେ ତାଙ୍କ ପରିଜନମାନେ ପୂଜାରୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଛନ୍ତି । ପୂଜାରୀ ବାବୁଲାଲଙ୍କ ପରିଜନବର୍ଗଙ୍କ କହିବାକଥା କି ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯିବ ନାହିଁ । ଏହି ମାମଲାକୁ ନେଇ ଗ୍ରାମରେ ତୀବ୍ର ବିରୋଧ ପ୍ରଦର୍ଶନ ଜାରି ରହିଛି । ଡିଏମ୍ ଓ ଏସ୍ପି ପରିବାରବର୍ଗଙ୍କୁ ସାକ୍ଷାତ ଆଲୋଚନା ପାଇଁ ସେଠାକୁ ପହଞ୍ôଚଥିବା ପ୍ରାପ୍ତି ସୂଚନାରୁ ଜଣାଯାଇଛି । ମନ୍ଦିର ପୂଜାରୀଙ୍କୁ ଯେଭଳି ଅତି ନିର୍ମମ ଭାବେ ଜାଳିପୋଡ଼ି ମାରିଦିଆଗଲା ତାହାକୁ ନେଇ ଗ୍ରାମରେ ଉତ୍ତେଜନା ଜାରି ରହିଛି । ଏ ପର୍ଯ୍ୟନ୍ତ କେବଳ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋର୍ ଧରିଛି । ପୂଜାରୀଙ୍କ ପରିବାରବର୍ଗ କହିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି ସେେ ପର୍ଯ୍ୟନ୍ତ ସେମାନେ ପୂଜାରୀଙ୍କ ଅନ୍ତିମ ସଂସ୍କାର କରିବେ ନାହିଁ । ପୂଜାରୀଙ୍କ ହତ୍ୟା ଘଟଣାକୁ ନେଇ ବିଜେପି ବି ଏଥିରୁ ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିଛି । ବିଜେପି ନେତା ଇନ୍ସାଫ୍ ଦାବି କରି ପରିଜନଙ୍କ ସହ ଧାରଣାରେ ବସିଥିବା ପରିଲକ୍ଷିତ ହୋଇଛି । ବିଜେପି ନେତା କହିଛନ୍ତି କି ଗେହଲଟ ସରକାର କେବଳ ମୁହଁରେ ନ୍ୟାୟ ମିଳିବାର କଥା କହୁଥିଲେ ବି ଏ ପର୍ଯ୍ୟନ୍ତ ପୂଜାରୀଙ୍କ ଗ୍ରାମରେ ସରକାରୀ ଦଳର କୌଣସି ନେତା ପହଞ୍ôଚନାହାନ୍ତି । ଇତିମଧ୍ୟରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କରୋଲିରେ ପୂଜାରୀଙ୍କ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଆଲୋଚନା କରିଛନ୍ତି । ତେବେ ସଚିବାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି ଗେହଲଟ ଆଶ୍ୱସନା ଦେଇଛନ୍ତି କି ଏହି ମାମଲାରେ ଯାଞ୍ଚ ଚାଲିଛି ଓ ଦୋଷୀଙ୍କୁ କୌଣସି ପ୍ରକାର ଛଡ଼ାଯିବ ନାହିଁ ।

Leave A Reply

Your email address will not be published.