ଆତଙ୍କୀ ନିପାତ ଅଭିଯାନ

0 61

୩ଦିନରେ ୫ ଆତଙ୍କୀ ସଫା

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଚିଙ୍ଗମ୍ ଇଲାକାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨ଜଣ ଆତଙ୍କୀଙ୍କୁ ନିହତ ହୋଇଥିବା ଜଣାଯାଇଛି । ଜାମ୍ମୁ-କାଶ୍ମୀର ପୋଲିସ ଏହି ସୂଚନା ଦେଇଛି । ଏହା ପୂର୍ବରୁ ପୂର୍ବରୁ ଜାମ୍ମୁ-କାଶ୍ମୀରର ସୋପିଅାଁ ଜିଲ୍ଲାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ରାତିତମାମ ଚାଲିଥିବା ଗୁଳିବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ଗୁରୁବାର ସକାଳେ ଆଉ ଜଣେ ଆତଙ୍କବାଦୀଙ୍କୁ ନିହତ କରିଥିଲା ସେନା । ଅର୍ଥାତ ଚଳିତ ସପ୍ତାହରେ ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ୫ ଆତଙ୍କବାଦୀଙ୍କୁ ନିପାତ କରିସାରିଲାଣି ସେନା । ପୋଲିସର ଜଣେ ପ୍ରବକ୍ତା କହିଛନ୍ତି କି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ମଙ୍ଗଳବାର ସନ୍ଧ୍ୟାରେ ଜୋନପୋରା ଇଲାକାର ସୁଗାନ ଗ୍ରାମରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ସୂଚନାଥାଉକି ଗତ କିଛିଦିନ ହେବ କାଶ୍ମୀରରେ ଆତଙ୍କୀ ନିପାତ ଅଭିଯାନରେ ଭାରତୀୟ ସେନା ନିୟୋଜିତ ଅଛି । ଏହି କାରଣରୁ ଆତଙ୍କବାଦୀଙ୍କ ମଧ୍ୟରେ ଛନକା ପଶିଛି । ସେନାର ଯବାନମାନେ ଘାଟିରେ ବହୁ ବଡ଼ ବଡ଼ ଆତଙ୍କବାଦୀଙ୍କୁ ଇତିମଧ୍ୟରେ ନିହତ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଆତଙ୍କବାଦୀଙ୍କ କିଛି ଟପ୍ କମାଣ୍ଡର ବି ସାମିଲ ଅଛନ୍ତି ।

Leave A Reply

Your email address will not be published.