ବିପ୍ଳବଙ୍କ ବିରୋଧରେ ତେଜିଲା ବିପ୍ଳବ

0 67

ଅଗରତାଲା, ୧୧ ।୧୦ : ତ୍ରିପୁରାରେ ବିଜେପି ସରକାର ମୁସ୍କିଲ୍ରେ ପଡ଼ିବା ଭଳି ଲାଗୁଛି । ପାର୍ଟିର କିଛି ବିଧାୟକ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ବିରୋଧରେ ବିପ୍ଳବ ଆରମ୍ଭ କରିଦେଇଛନ୍ତି । ଏକଛତ୍ରବାଦ, ଅନୁଭବବିହୀନ ଓ ଲୋକପ୍ରିୟତା ହ୍ରାସ ଭଳି ବହୁ ଅଭିଯୋଗ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ନାମରେ ଅଭିଯୋଗ କରି ତାଙ୍କୁ ପଦବୀରୁ ହଟାଇବା ପାଇଁ ଦୃଢ଼ ଦାବି କରିଛନ୍ତି । ଏହିକ୍ରମରେ ଅତିକମ୍ରେ ୭ଜଣ ବିଧାୟକ ରାଜଧାନୀ ଦିଲ୍ଲୀ ପହଞ୍ôଚଛନ୍ତି ଓ ସେମାନେ କେନ୍ଦ୍ର ନେତୃବୃନ୍ଦଙ୍କୁ ସାକ୍ଷାତ କରି ଏହା ଉପରେ ଆଲୋଚନା କରିବାକୁ ଚାହାନ୍ତି । ସୁଦୀପ ରାୟ ବର୍ମନଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଆସିଥିବା ଏହି ୭ଜଣ ବିଧାୟକ ଦାବି କରିଛନ୍ତି ଯେ ସେମାନଙ୍କ ସପକ୍ଷରେ ଆହୁରି ୨ଜଣ ବିଧାୟକ ଅଛନ୍ତି । ସୂଚନାଥାଉକି ତ୍ରିପୁରା ବିଧାନସଭାର ମୋଟ ୬୦ଟି ଆସନରୁ ୩୬ ବିଧାୟକ ବିଜେପିର ଅଟନ୍ତି । ଆଇପିଏଫ୍ଟିର ୮ ବିଧାୟକ ବିଜେପି ସରକାରକୁ ସମର୍ଥନ ଦେଇଛନ୍ତି । ତେବେ ବର୍ମନଙ୍କ ବ୍ୟତୀତ ଦିଲ୍ଲୀରେ ଯେଉଁ ବିଧାୟକ ବିଦ୍ରୋହୀ କ୍ୟାମ୍ପରେ ଅଛନ୍ତି ସେମାନଙ୍କ ମଧ୍ୟରେ ସୁଶାନ୍ତ ଚୌଧୁରୀ, ଆଶିଷ ଶାହା, ଆଶିଷ ଦାସ, ଦିବା ଚନ୍ଦ୍ର ରନଖଲ, ବର୍ବ ମୋହନ ତ୍ରିପୁରା, ପରିମଳ ଦେବ ବର୍ମା ଓ ରାମପ୍ରସାଦ ପଲ ସାମିଲ ରହିଛନ୍ତି । ତେବେ ତ୍ରିପୁରା ବିଜେପି ସଭାପତି ମାନିକ ଶାହ କହିଛନ୍ତି କି ସରକାର ପାଇଁ କୌଣସି ବିପଦ ନାହିଁ ।

Leave A Reply

Your email address will not be published.