ହାଥରସ ମାମଲାରେ ସିବିଆଇର ତଦନ୍ତ ଆରମ୍ଭ

0 73

ଲକ୍ଷେ୍ନø: ହାଥରସ୍ ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ୟୁପି ପୋଲିସ୍ ଠାରୁ ତଦନ୍ତ ଭାର ହାତକୁ ନେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି । ପୂର୍ବ ଆଧାରିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି କ୍ରମେ ଗତକାଲି ମାମଲାର ତଦନ୍ତ ଦାୟିତ୍ୱ ହାଥରସ୍ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏବେ ମାମଲାର ତଦନ୍ତ ୟୁପି ପୋଲିସ୍ର ଏସ୍ଆଇଟି ଦ୍ୱାରା ହେଉଛି । ଆସନ୍ତା ସପ୍ତାହ ଏସ୍ଆଇଟି ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବ । ହାଥରାସ୍ ମାମଲାକୁ ନେଇ ୟୁପି ସରକାର ସମାଲୋଚନାର ଶିକାର ହେବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ୟୁପି ପୋଲିସ୍ର ତଦନ୍ତ ପ୍ରକ୍ରିୟା ଓ ମୃତଦେହକୁ ରାଧି ଅଧିଆ ଦାହ କରିବାକୁ ନେଇ ବିବାଦୀୟ ହୋଇଛି ମାମଲା । ହାଥରାସ୍ରେ ଜଣେ ଯୁବତୀଙ୍କୁ ଗତ ୧୪ ତାରିଖରେ ଗଣଦୁଷ୍କର୍ମ ପରେ ଶରୀରରେ ଗଭୀର ଆଘାତ ଲାଗିଥିଲା । ଫଳରେ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ସଫଦରଜଙ୍ଗରେ ଆଖିବୁଜିଥିଲେ ପୀଡ଼ିତା । ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଛନ୍ତି ବହୁଚର୍ଚ୍ଚିତ ର୍ନିଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଓକିଲ ଏପି ସିଂହ ।

Leave A Reply

Your email address will not be published.