ଲଦାଖ ସୀମାରେ ପଇଁତରା ମାରୁଛି ଭାରତର ମିଗ୍-୨୯ ଲଢୁଆ ବିମାନ

0 68

ଲଦାଖ: ଚୀନ୍ ସହ ଉତ୍ତେଜନା ଭିତରେ ଅଧିକ ସଜାଗ ଭାରତୀୟ ଏୟାରଫୋର୍ସ । ଲଦ୍ଦାଖ ସୀମାରେ ପଇଁତରା ମାରୁଛି ମିଗ୍-୨୯ ଲଢୁଆ ବିମାନ । ଲେହ ଏୟାର୍ବେସ୍ରେ ଶୀତ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି । ରଣନୀତି ଦୃଷ୍ଟିରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବାୟୁସେନା ପୋଜିସନ୍ ନେଇସାରିଥିବା ବେଳେ, ଏବେ ୱିଣ୍ଟର୍ ଷ୍ଟକିଂ ପାଇଁ ·ଲିଛି କସରତ । କେବଳ ମିଗ୍ ନୁହେଁ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଗ୍ଲୋବ୍ ମାଷ୍ଟର୍, ଆପାଚେ ଲଢ଼ୁଆ ହେଲିକପ୍ଟର ଓ ଚିନୁକ୍ ହେଭି ଲିଫ୍ଟ ଚପର୍ ମଧ୍ୟ ସେଠାରେ ଉଡ଼ାଣ ଅବତରଣ କରୁଥିବା ଦେଖିବାକୁ ମିଳିଛି । ଦିନ ରାତି ୨୪ ଘଣ୍ଟା ସୀମାରେ ଏବେ ପଇନ୍ତରା ମାରୁଛନ୍ତି ବାୟୁସେନାର ଯୁଦ୍ଧ ବିମାନ । ଶୀତ ଦିନେ କିପରି ଶତ୍ରୁ ପକ୍ଷକୁ ମାତ୍ ଦିଆଯିବ ସେ ନେଇ ରାତିରେ ରଣନୀତି ପ୍ରସ୍ତୁତ ହେଉଛି । କେବଳ ଉତ୍ତର ନୁହେଁ, ପଶ୍ଚିମ ସୀମାରେ ମଧ୍ୟ ସମସ୍ତ ପ୍ରତିକୂଳ ସ୍ଥିତିର ସାମ୍ନା କରିବାକୁ ବାୟୁସେନା ପୂରା ପ୍ରସ୍ତୁତ ବୋଲି ମିଗ୍ ଉଡ଼ାଉଥିବା ଫ୍ଲାଇଟ୍ ଲେଫ୍ଟେନାଣ୍ଟ୍ କହିଛନ୍ତି ।

Leave A Reply

Your email address will not be published.