ଜେଏମଏମ୍ ନେତା ଓ ତାଙ୍କ ପତ୍ନୀଙ୍କୁ ହତ୍ୟା

0 66

ଧନବାଦ୍: ଜେଏମଏମ୍ ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାଯାଇଛି । ରବିବାର ସକାଳେ ଉଭୟଙ୍କ ମୃତଦେହ ଧନବାଦ୍ ଜିଲ୍ଲାରେ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ପୋଲିସ୍ ସୂଚନା ଅନୁସାରେ, ଶଙ୍କର ରୱାନି ଓ ତାଙ୍କ ପତ୍ନ ଉଭୟଙ୍କ ଶରୀରରେ ଗୁଳି ଓ ଛୁରାମାଡ଼ର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ରବିବାର ସକାଳେ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ହତ୍ୟାକାଣ୍ଡ ପରେ ଅପରାଧୀମାନେ ବାହାର ପଟୁ ଘରର କବାଟ ଲକ୍ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ଅପରାଧୀଙ୍କୁ ଧରିବା ପାଇଁ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.