ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସିଜେଆଇଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚିଠି

0 63

ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବି·ରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେ‡ୀ । ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବି·ରପତି ଏସ୍ଏ ବୋବ୍ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଚିଠିରେ ବରିଷ୍ଠ ବି·ରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବି·ରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ । ଜଗନ ରେ‡ୀ ଚିଠିରେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବି·ରପତି ଜଷ୍ଟିସ୍ ଏନ୍ ଭି ରମନାଙ୍କର ତେଲଗୁ ଦେଶମ ପାର୍ଟି ସହିତ ଭଲ ସମ୍ପର୍କ ରହିଛି । ଏଣୁ ଟିଡିପିର ଭ୍ରଷ୍ଟା·ର ବିରୋଧରେ ରାଜ୍ୟ ହାଇକୋର୍ଟରେ ଆସୁଥିବା ମାମଲାକୁ ରମନା ପ୍ରଭାବିତ କରୁଛନ୍ତି । ତାଙ୍କ ପ୍ରଭାବରୁ ହାଇକୋର୍ଟରେ ମାମଲାଗୁଡ଼ିକ କେବଳ ବଛାବଛା ବି·ରପତିଙ୍କ ଶୁଣାଣି ପାଇଁ ଦିଆଯାଉଛି ବୋଲି ଜନଗମୋହନ ଅଭିଯୋଗ କରିଛନ୍ତି । ଟିଡିପି ସହିତ ରମନାଙ୍କ ସମ୍ପର୍କରେ ଜଗନ କହିଛନ୍ତି ଜଷ୍ଟିସ ରମନା ଓ ଚନ୍ଦ୍ରବାବୁ ନାଇଡୁ ଓ ଟିଡିପି ଦଳ ସହିତ ଘନିଷ୍ଠତା ରହିଛି । ଟିଡିପି ସରକାର ସମୟରେ ରମନା ଆଇନ ପରାମର୍ଶଦାତା ଓ ଆଡିଶନାଲ ଆଡ୍ଭୋକେଟ୍ ଜେନେରାଲ୍ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ସିଜେଆଇଙ୍କୁ ଲେଖିଥିବା ଚିଠିରେ ଭ୍ରଷ୍ଟା·ର ବିଷୟରେ ସୂଚନା ଦେଇ ଟିଡିପି ସମୟରେ ହୋଇଥିବା ଜମିଜାଲିଆତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଜଗନମୋହନ । ବର୍ତ୍ତମାନର ସରକାରଙ୍କ ତଦନ୍ତ ପରେ କୃଷକଙ୍କ ଜମିହଡ଼ପ ଘଟଣା ସମ୍ନାକୁ ଆସିଥିଲା । ଏଥିରେ ବହୁ ବଡ଼ ବଡ଼ ଲୋକଙ୍କ ନାଁ ଆସିଥିଲା । ଏହାର ସୂଚନା କେନ୍ଦ୍ର ସରକାରଙ୍କୁ ଦିଆଯାଇ ସାରିଛି । କିନ୍ତୁ ଚନ୍ଦ୍ରବାବୁ ନାଇଡୁ ନିକଟତର ପୂର୍ବ ଆଡଭୋକେଟ୍ ଜେନେରାଲ୍ ଦମ୍ମଲାପତି ଶ୍ରୀନିବାସ ହାଇକୋର୍ଟରେ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ଏହାର ତଦନ୍ତ ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏମିତିକି ମିଡିଆରେ ଖବର ପରିବେଷଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଗଲା ବୋଲି ଜଗନମୋହନ କହିଛନ୍ତି । ତେଣୁ ସିଜେଆଇ ନିଜେ ଏହି ମାମଲାରେ ହସ୍ତକ୍ଷେପ କରି ନ୍ୟାୟପାଳିକ ହିତରେ ଉତିତ ପଦକ୍ଷେପ ନିଅନ୍ତୁ ଓ ହାଇକୋର୍ଟ ଯେପରି ରାଜ୍ୟରେ ନିରପେକ୍ଷ ହୋଇ କାର୍ଯ୍ୟ କରିବା ତାହା ସୁନିଶ୍ଚିତ କରନ୍ତୁ ବୋଲି ସିଜେଆଇଙ୍କୁ ଚିଠିରେ ଜଣାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.