ଟେକ୍ନୋ ପକ୍ଷରୁ କ୍ୟାମନ୍-୧୬ ସ୍ମାର୍ଟଫୋନ୍ ର ବଜାର ପ୍ରବେଶ

0 64

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର କ୍ୟାମନ୍-୧୬ ନୂତନ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହି ନୂତନ ସ୍ମାର୍ଟଫୋନ୍ ୨୦୨୦ ଅକ୍ଟୋବର ୧୬ ତାରିଖରେ ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେ ସେଲ୍ରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନ୍ ଗ୍ରାହକଙ୍କ ଫଟୋଗ୍ରାଫି ଅଭିଜ୍ଞତାକୁ ରୁଦ୍ଧିମ” କରାଇବାକୁ ସକ୍ଷମ ହେବ । ଏହା କ୍ଲାଉଡ୍ ହ୍ୱାଇଟ୍ ଏବଂ ପ୍ୟୁରିଷ୍ଟ ବ୍ଲୁ ଆଦି ୨ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେବ । ଟେକ୍ନୋ କ୍ୟାମନ-୧୬ର ମୂଲ୍ୟ ୧୦,୯୯୯ଟଙ୍କା ରହିଛି । ଏଥିରେ ୬୪ ଏମ୍ପି କ୍ୱାଡ କ୍ୟାମେରା ଏବଂ ଆଇ ଫୋକସ୍ ସୁବିଧା ରହିଛି । ଏଥିରେ ପ୍ରିମିୟମ୍ ଏଆଇ ଅଲ୍ଟ୍ରା ନାଇଟ୍ ଟେକ୍ନୋ ଏଆଇ ଭିଜନ୍ ଅପ୍ଟିମାଇଜେଶନ୍ ଲେନ୍ସ୍, ହ୍ୟୁମାନ୍ ଆଇ ଟ୍ରାକିଂ ବୈଶିଷ୍ଟ୍ୟ ଆଦି ରହିଛି । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ,ଟୋକ୍ନୋ ଏକ ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ବେଶ୍ ଖ୍ୟାତି ହାସଲ କରିଥାଏ । ଆମେ ନିର”ର ମୋବାଇଲ୍ କ୍ୟାମେରା ଜ୍ଞାନକୌଶଳରେ ବିକାଶ ଜାରି ରଖିଛୁ । ଯାହାଦ୍ୱାରା ବ୍ୟବହାରକାରୀଙ୍କ ଫଟୋଗ୍ରାଫି ଅଭିଜ୍ଞତାରେ ନୂତନତ୍ୱ ଆସିପାରିବ । ଏହାକୁ ଦୃଷ୍ଟିରେ ରଖି କ୍ୟାମନ୍ ସିରିଜ୍ର ନୂତନ ସ୍ମାର୍ଟଫୋନ୍ କ୍ୟାମନ୍-୧୬ ମାଧ୍ୟମରେ ଆମେ ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାର ଯୋଜନା ପ୍ରସ୍ତୁତ କରିଛୁ । ଏଥିରେ ୬୪ କ୍ୱାଡ କ୍ୟାମେରା ସହିତ ଅଟୋ ଆଇ ଫୋକସ୍ ସୁବିଧା ରହିଛି । ୧୧ ହଜାର ଟଙ୍କା ମଧ୍ୟରେ ମିଳୁଥିବା ଏହି ନୂତନ ସ୍ମାର୍ଟଫୋନ୍ ପାର୍ବଣ ଋତୁରେ ବେଶ୍ ସଫଳ ରହିବାର ଆଶା ରହିଛି । ଏହା ମାଧ୍ୟମରେ ଆମେ ଗ୍ରାହକଙ୍କୁ ଶ୍ରେଷ୍ଠ ଅଭିଜ୍ଞତା ପ୍ରଦାନ କରିବାର ଆଶା ରଖିଛୁ । କ୍ୟାମନ-୧୬ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଟେକ୍ନୋ କ୍ୟାମନ-୧୬ରେ ୬୪ ଏମ୍ପି ପ୍ରାଇମେରୀ ଲେନ୍ସ୍, ୨ ଏମ୍ପି ବ୍ଲରଡ୍ ଡେପଥ୍ ଫିଲ୍ଡ୍ ଲେନ୍ସ୍, ୨ ଏମ୍ପି ମାକ୍ରୋ ଲେନ୍ସ୍, ଏଆଇ ଲେନ୍ସ୍, ପେଂଟା ଫ୍ଲାଶ୍, ୧୦-ଏକ୍ସ୍ ଜୁମ୍, ସ୍ଳୋ ମୋସନ୍, ଭିଡ଼ିଓ ବୋଖେ, ଏଫ୍/୧.୭୯ ଆପରେଚର୍, ୧/୨ ଇଂଚ ସେନସର୍, ୱାଇୟୁଭି ଏନକୋଡିଂ, ୪ ଇନ୍ ୧ ପିକ୍ସଲେ ବିନିଂ, ୭ ଫ୍ଲାଶ୍ ଲାଇଟ୍, ୧୬ ଏମ୍ପି ସେଲଫି କ୍ୟାମେରା, ୬.୮ ଇଂଚ ଏଚ୍ଡି ଡଟ୍ ଇନ୍ ଡିସ୍ ପ୍ଲେ, ୪ଜିବି ରାମ୍, ୬୪ଜିବି ରମ୍ ଆଦି ସୁବିଧା ରହିଛି । ଏହାର ସ୍କ୍ରିନ୍ ଟୁ ବଡି ରେସିଓ ୮୯.୧% ରହିଛି । ଏଥିରେ ମେଡ଼ିଆ ଟେକ୍ ହେଲିଓ ଜି-୭୦ ଏସ୍ଓସି ପ୍ରୋସେସର, ହାଇପର ଇିନ୍ ଫାଷ୍ଟ ଏଆଇ ପରଫର୍ମର ସୁବିଧା ରହିଛି । ହିଓସ୍ ୭.୦ ଆଣ୍ଡ୍ରଏଡ୍ ୧୦, ଭିଡ଼ିଓ କଲର ରିଙ୍ଗଟୋନ୍, ସ୍ମାର୍ଟ ସ୍କାନର, ଅଟୋ ଇୟର ପିକ୍ ଅପ୍, ଗେଶ୍ଚର ଫ୍ଲାଶ୍ ଲାଇଟ୍, ଫଟୋ କମ୍ପ୍ରେସର ଆଦି ସୁବିଧା ରହିଛି ।

Leave A Reply

Your email address will not be published.