ବିଦ୍ୟୁତ ଯୋଗାଣ ପରେ ସ୍ୱାଭାବିକ ହେଲା ମୁମ୍ବାଇ

0 61

ମୁମ୍ବାଇ ୧୨ ।୧୦: ସୋମବାର ସକାଳେ ମୁମ୍ବାଇର ଏକ ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ସେବା ବ୍ୟହତ ହୋଇଥିଲା । ପ୍ରାୟ ୨ ଘଣ୍ଟା କାଳ ବିଦ୍ୟୁତ ସେବା ବ୍ୟହତ ହେବା ଯୋଗୁ ଉପନଗରୀୟ ଲୋକାଲ ଟ୍ରେନ ସେବା ସମେତ ମନୋରେଲ ମଧ୍ୟ ଠପ୍ ହୋଇଯାଇଥିଲା । ତେବେ ସେଣ୍ଟ୍ରାଲ ମେନ ଲାଇନରେ ବିଦ୍ୟୁତ ସରବରାହ ଆରମ୍ଭ ହୋଇଯାଇଥିବା ବେଳେ ୱେଷ୍ଟର୍ଣ୍ଣ ଲାଇନ୍ ମଧ୍ୟ ଠିକ ହୋଇଯିବ ବୋଲି ବୃହନ୍ମୁମ୍ବାଇ ବିଦ୍ୟୁତ ଯୋଗାଣ ଓ ପରିବହନ (ବେଷ୍ଟ) ସୂଚିତ କରିଛନ୍ତି । ଏ ନେଇ ବେଷ୍ଟ ଟ୍ୱିଟ୍ ହ୍ୟାଣ୍ଡଲରେ ଦେଇଥିବା ସୂଚନା ଅନୁସାରେ ଟାଟା ଯୋଗାଇ ଦେଇଥିବା ବିଦ୍ୟୁତ ଲାଇନରେ ବିଭ୍ରାଟ ଯୋଗୁ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଥିଲା । ତେବେ ଆବଶ୍ୟକ ମରାମତି ପରେ ପୁଣି ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇଛି । ଫଳରେ ବନ୍ଦ ରହିଥିବା ଲୋକାଲ ଓ ମନୋରେଲ ପୁଣି ଚାଲିବା ଆରମ୍ଭ କରିଛି । ରାଜ୍ୟ ସରକାରଙ୍କ ପରିଚାଳିତ କମ୍ପାନୀ ବେଷ୍ଟ, ଆଡାନୀ ଇଲେକ୍ଟ୍ରିସିଟି ଓ ଟାଟା ପାୱାର ସମେତ ବିଭିତ୍ତ କମ୍ପାନୀ ମୁମ୍ବାଇରେ ବିଦ୍ୟୁତ ସେବା ଯୋଗାଇ ଦେଉଛନ୍ତି । ତେବେ ଟାଟା ପାୱାରରେ ଉପୁଜିଥିବା ସମସ୍ୟା ଦୂର ହେବା ସହ ମୁମ୍ବାଇର ବିଦ୍ୟୁତ ସରବରାହରେ ଉପୁଜିଥିବା ସମସ୍ୟା ମଧ୍ୟ ଦୂର ହୋଇଛି । ସୋମବାର ସକାଳେ ସୂର୍ଯ୍େୟାଦୟ ସହ ଉପୁଜିଥିବା ବିଦ୍ୟୁତ ବିଭ୍ରାଟରେ ବଲିଉଡ ଷ୍ଟାରଙ୍କ ଘର ବାଦ ପଡିନଥିଲା । ମୁମ୍ବାଇ, ଠାଣେ ଓ ନଭି ମୁମ୍ୱାଇର ବିସ୍ତୃତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଥିଲା । ସକାଳୁ ଉଠୁ ଉଠୁ ବିଦ୍ୟୁତ ନଥିବାରୁ ବଲିଉଡ ଷ୍ଟାରମାନେ ବିବ୍ରତ ହୋଇପଡିଥିଲେ । ଏଥିରେ ଅନେକ ବରିଷ୍ଠ କଳାକାର ପରିସ୍ଥିତିକୁ ନେଇ ସେମାନଙ୍କ ଟ୍ୱ୍ୱିଟ୍ ହ୍ୟାଣ୍ଡଲରେ ଭିତ୍ତ ଭିନ୍ନ ପୋଷ୍ଟ କରିବାରେ ଲାଗିଥିଲେ ।

Leave A Reply

Your email address will not be published.