ଲିବିୟାରେ ଅପହରଣ ହୋଇଥିବା ୭ ଭାରତୀୟ ମୁକ୍ତ

0 67

ନୂଆଦିଲ୍ଲୀ ୧୨/୧୦ : ଲିବିୟାରେ ଅପହରଣ ହୋଇଥିବା ୭ ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି । ଟ୍ୟୁନିସିୟାରେ ଭାରତ ରାଷ୍ଟ୍ରଦୂତ ପୁଣିତ ରାୟ କୁଣ୍ଡଳ ଏହା ସ୍ପଷ୍ଟ କରିଛନ୍ତି । ଏହି ୭ଜଣ ଭାରତୀୟ ନାଗରିକଙ୍କୁ ସେପ୍ଟେମ୍ବର ୧୪ ତାରିଖରେ ଆତଙ୍କବାଦୀମାନେ ଅପହରଣ କରିଥିଲେ । ଭାରତୀୟ ନାଗରିକ ଅପହରଣ ହେବା ଖବର ମିଳିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଓ ଭାରତୀୟ ଦୂତାବାସ ଏମାନଙ୍କୁ ମୁକ୍ତ କରିବାକୁ ଲଗାତାର ଚେଷ୍ଟା କରୁଥିଲେ । ଏମାନେ ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ ଓ ଉତ୍ତର ପ୍ରଦେଶର । ସୂଚନାଯୋଗ୍ୟ ଯେ ଲିବିୟାରେ ଭାରତର କୌଣସି ରାଷ୍ଟ୍ରଦୂତ ନାହାନ୍ତି ଏବଂ ଟ୍ୟୁନିସିୟାରେ ଥିବା ରାଷ୍ଟ୍ରଦୂତ ଲିବିୟାରେ ରହୁଥିବା ଭାରତୀୟଙ୍କ ହିତ ଚିନ୍ତା କରନ୍ତି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଅପହରଣ ହୋଇଥିବା କର୍ମଚାରୀ ସୁରକ୍ଷିତ ଅଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ଟ୍ୟୁନିସିୟା ଓ ଲିବିୟା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଟ୍ୟୁନିସିୟାରେ ଭାରତୀୟ ରାଷ୍ଟ୍ରଦୂତ ଲିବିୟାରେ ରହୁଥିବା ଭାରତୀୟଙ୍କ ସୁବିଧା ବ୍ୟବସ୍ଥା ଦେଖରେଖ କରନ୍ତି । ଟ୍ୟୁନିସିୟାରେ ଭାରତୀୟ ରାଷ୍ଟ୍ରଦୂତ ଲିବିୟା ସରକାର ସହ ସେଠାରେ ଥିବା ଅନ୍ତରାଷ୍ଟ୍ରୀୟ ସଂଗଠନକୁ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରିବାକୁ ଗୁହାରି କରିଥିଲେ । ଅପହରଣକାରୀ ଭାରତୀୟ କର୍ମଚାରୀଙ୍କ ନିଯୁକ୍ତକର୍ତ୍ତାଙ୍କ ସହ ଯୋଗାଯୋଗ କରି କିଛି ଫଟୋ ପଠାଇଥିଲେ । ଯେଉଁଥିରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସମସ୍ତେ ସୁରକ୍ଷିତ ଅଛନ୍ତି । ଏହି ଭାରତୀୟ ନାଗରିକଙ୍କୁ ସେମ୍ୱେର ୧୪ ତାରିଖରେ ଅଶୱରିଫ୍ ନାମକ ଜାଗାରୁ ଅପହରଣ କରାଯାଇଥିଲା । ସମସ୍ତେ କନଷ୍ଟ୍ରକସନ୍ ଓ ଅଏଲ୍ କମ୍ପାନୀରେ କାମ କରୁଥିଲେ । ଏମାନେ ନେପାଳ ବିମାନବନ୍ଦର ଆଡକୁ ଯିବା ସମୟରେ ସେମାନଙ୍କୁ ଅପହରଣ କରାଯାଇଥିଲା । ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ଲିବିୟାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୨୦୧୫ ସେପ୍ଟେମ୍ବରରେ ସେଠାକୁ ନ ଯିବାକୁ ଆଡ଼ଭାଇଜାରୀ ଜାରି କରିଥିଲେ । ୨୦୧୬ ମସିହାରେ ସରକାର ଲିବିୟା ଯାତ୍ରା ଉପରେ କଟକଣା ଲଗାଇଥିଲେ ।

Leave A Reply

Your email address will not be published.