ଗଣଦୁଷ୍କର୍ମ ପରେ ମା’ ସହ ଶିଶୁକୁ କେନାଲକୁ ଫିଙ୍ଗିଦେଲେ

0 68

ବକ୍ସର, ୧୨ ।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ବକ୍ସର ଜିଲ୍ଲାରୁ ଏକ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କ ସହ ତାଙ୍କ ୫ ବର୍ଷୀୟ ଶିଶୁକୁ ପାଣି ଭର୍ତ୍ତି କେନାଲକୁ ଫିଙ୍ଗି ଦେଇଛନ୍ତି । ପାଣିରେ ବୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଜଣେ ଗରିଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ସେହିପରି ୭ ଜଣଙ୍କ ମଧ୍ୟରୁ ପୁଲିସ୍ କେବଳ ୨ ଜଣଙ୍କ ପରିଚୟ ହାସଲ କରିପାରିଛି । ପୁଲିସ୍ ଅଧିକାରୀ କେକେ ସିଂହ କହିଛନ୍ତି, ମହିଳାଙ୍କୁ କେନାଲରୁ ଉଦ୍ଧାର କରାଯିବା ପରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ଏହି ଘଟଣାରେ ଏଫଆଇଆର ରୁଜୁ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରାଣ ହରାଇଥିବା ଶିଶୁର ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି ।

Leave A Reply

Your email address will not be published.