କୃଷି ଆଇନ୍: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0 75

ନୂଆଦିଲ୍ଲୀ, ୧୨ ।୧୦: କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି । ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ ମୋଦି ସରକାରଙ୍କୁ କହିଛନ୍ତି । କୃଷି ଆଇନ୍ ରାଜ୍ୟର ଅଧିକାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଇନ୍ ଆଣିପାରିବେ ନାହିଁ ବୋଲି ଯୁକ୍ତି ରଖି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ । ଦାଖଲ ହୋଇଥିବା ଆବେଦନରେ କୃଷି ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରାଯାଇଛି । ଆବେଦନରେ କୁହାଯାଇଛି ଯେ ଏହା ରାଜ୍ୟମାନଙ୍କର ପ୍ରସଙ୍ଗ ଏବଂ ସଂସଦ ଏଥିରେ କୌଣସି ଆଇନ ପାରିତ କରିପାରିବ ନାହିଁ । ଏହା ଉପରେ କେନ୍ଦ୍ରର ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ନିକଟରେ ସଂସଦରେ ତିନୋଟି ବିଲ୍ ପାସ୍ କରି ଆଇନ ପ୍ରଣୟନ କରିଛନ୍ତି । ଯେଉଁଥିରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅନ୍ତର୍ଭୁକ୍ତ ରହିଛି । ଏହି ତିନୋଟି ଯାକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୂଚନାଯୋଗ୍ୟ, କୃଷି ଆଇନଂ ରାଜ୍ୟସଭାରେ ଆଗତ ହେବା ପରେ ·ଷୀ ଏବଂ ବିରୋଧୀ ଏହି କୃଷି ବିଲକୁ ବିରୋଧ କରୁଛନ୍ତି । ଏହାପରେ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ·ଷୀଙ୍କ ସହ ମିଶି ବିରୋଧ କରୁଛି । ହରିଆଣା ଏବଂ ପଞ୍ଜାବର ·ଷୀଙ୍କ ଏକ ବିଭାଗ ମଧ୍ୟ ଏହାକୁ ବିରୋଧ କରୁଛନ୍ତି, ଯାହା ଏବେ ବି ଜାରି ରହିଛି । ଅନ୍ୟପକ୍ଷରେ ସରକାର କହିଛନ୍ତି ଯେ ବିରୋଧୀ ·ଷୀଙ୍କୁ ଦ୍ୱ­ନ୍ଦ୍ୱରେ ପକାଉଛନ୍ତି ।

Leave A Reply

Your email address will not be published.