ରାଜ୍ୟରେ ୨୨୭୫ ଆକ୍ରାନ୍ତ ଚିହ୍ନଟ

0 72

ଭୁବନେଶ୍ୱର : ରାଜ୍ୟରେ ନୂଆ ୨୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୫୭  ହେଉଛି ଲୋକାଲ୍ କେସ୍‌। ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜିଲ୍ଲାବାସୀଙ୍କୁ କଲବଲ କରି ଦେଇଥିଲା କରୋନା। ଏବେ ଏହି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ଗ୍ରାଫ୍‌ ତଳମୁହାଁ ହୋଇଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦୦ ତଳକୁ ଖସି ଆସିଛି। ଆଜି ଏହି ଜିଲ୍ଲାରୁ ୩୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଆଶ୍ୱସ୍ତିକର ଖବର।

Leave A Reply

Your email address will not be published.