ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ପରେ ଦୁଷ୍କର୍ମ

0 70

ସାନଖେମୁଣ୍ଡି : ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ । ପରେ ଅପହରଣ କରି ନେଇ ସ୍ତ୍ରୀର ପରିଚୟ ଦେଇ ରଖିଲେ । ପରେ ନାବାଳିକାଙ୍କୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ନାବାଳିକାଙ୍କୁ ଆସିକା ଅଞ୍ଚଳର ଏକ କୁକୁଡା ଫାର୍ମରେ କାମ କରୁଥିବା ସେହି ଗାଁର ଜଣେ ସବର୍ଣ୍ଣ ଜାତିର ଯୁବକ ପ୍ରେମ କରୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । କୌଶଳ କ୍ରମେ ନାବାଳିକାଙ୍କୁ ଅପହରଣ କରିବା ସହ ଅନ୍ୟ ଏକ ଗାଁରେ ଏକ ଭଡାଘରେ ରଖିଥିଲେ । ତାଙ୍କୁ ସ୍ତ୍ରୀର ପରିଚୟ ଦେଇ ଯୁବକ ଜଣଙ୍କ ସେଠାରେ ତାଙ୍କୁ ରଖିଥିଲେ । କିଛି ମାସ ଉଭୟେ ସ୍ଵାମୀ-ସ୍ତ୍ରୀ ଭଳି ରହିବା ପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ଧୋକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ଥାନା ମାମଲା ନଂ. ୨୩୩/୨୦ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି । ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣଙ୍କ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଗାଁରୁ ଅପହରଣ କରି ଆଣିବା ପରେ ୩ ମାସ ଭଡା ଘରେ ରଖିଥିଲେ । ସେଠାରେ ଜୋରଜବରଦସ୍ତ ଦୁଷ୍କର୍ମ କରି ଆସୁଥିଲେ । ଗତ ୩ମାସ ପୂର୍ବରୁ ସେ ତାଙ୍କୁ ଭଡ଼ାଘରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିଲେ । ନାବାଳିକା ଜଣଙ୍କ ଏନେଇ ଯୁବକଙ୍କୁ ଫୋନ୍ କରିବାରୁ ତାଙ୍କୁ ଓ ତାଙ୍କ ବାପା-ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ଥିବା ପୋଲିସ କହିଛି । 

Leave A Reply

Your email address will not be published.