ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed ପରୀକ୍ଷାର୍ଥୀ

0 67

ଭୁବନେଶ୍ୱର : ନିଜ ଜିଲ୍ଲାରେ ପରୀକ୍ଷା ଦେବେ D.El.Ed (Diploma in Elementary Education) ପରୀକ୍ଷାର୍ଥୀ । ସେମାନେ  ଡି.ଆ ଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ  । ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ  ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେ  ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଅନୁଷ୍ଠିତ ହେବ ।  ରାଜ୍ୟରେ ମୋଟ୍  ୮୦ ଟି ସେଣ୍ଟର ମଧ୍ୟରୁ ଛାତ୍ରଛାତ୍ରୀ ଯେଉଁଠି ପରୀକ୍ଷା ଦେବାକୁ ଚାହିଁବେ ସେଠି ଦେଇ ପାରିବେ । ନିଜେ ସ୍କୁଲରେ ଆପ୍ଲିକେସନ ଦେଇ ପରୀକ୍ଷା ଦେବେ । କ୍ୟାମ୍ପସ କିମ୍ବା  ହଷ୍ଟେଲରେ ରହିବା ପାଇଁ ସୁବିଧା ଦିଆଯିବ । ଚଳିତଥର ୪୦ ନମ୍ବରରେ ପରୀକ୍ଷା କରାଯାଉଥିବାରୁ ଡମି ପ୍ରଶ୍ନପତ୍ର ଢାଞ୍ଚାରେ ପ୍ରଶ୍ନପାତ୍ର ଦିଆଯିବ । ଖୁବ୍ ଶୀଘ୍ର  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ  ।

Leave A Reply

Your email address will not be published.