ହାଥରସରେ ସିବିଆଇ ଟିମ୍

0 66

ହାଥରସ୍: ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିବାର ଗୋଟିଏ ଦିନ ପରେ ସିବିଆଇ ଟିମ୍ ଉତ୍ତରପ୍ରଦେଶ ପୋଲିସ ଠାରୁ ଏହି ମାମଲାର ସମସ୍ତ ରେକର୍ଡ ସଂଗ୍ରହ କରିବା ପାଇଁ ମଙ୍ଗଳବାର ଦିନ ହାଥ୍ରସରେ ପହଞ୍ଚିଛି । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ସୂତ୍ରରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଏହି ଘଟଣାର ତଦନ୍ତ ଅଧିକାରୀ କିଛି ଏଜେନ୍ସି ଅଧିକାରୀଙ୍କ ସହ ମିଶି ଯୁବତୀଙ୍କର କିଛି ଆବଶ୍ୟକୀୟ ଡାକ୍ତରୀ ରିପୋର୍ଟ ସଂଗ୍ରହ କରିବେ, ଯାହାକି ତଦନ୍ତରେ ସହାୟକ ହେବ । ଆପଣ ଜାଣିଥିବେ ନିଶ୍ଚୟ ଯେ ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ବିବାଦୀୟ ହାଥ୍ରସ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ୍ ନିୟୋଜିତ ହୋଇଥିଲେ । ସିବିଆଇ ରବିବାର ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମାମଲାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୧୪ ତାରିଖରେ କିଛି ଯୁବକ ମିଶି ୧୯ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ସେପ୍ଟେମ୍ବର ୨୯ ତାରିଖରେ ପୀଡ଼ିତା ଯୁବତୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Leave A Reply

Your email address will not be published.