କରୋନା ସଂକଟ ବେଳେ ଆସିଲା ଆଶ୍ୱସ୍ତିକର ଖବର

0 65

ଦୁଇ ମାସରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ମିଳିଛି । ଗତ କିଛି ଦିନ ହେବ କରୋନା ଭାଇରସ୍ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟାରେ ଲଗାତର ହ୍ରାସ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୫୩୪୨ ପଜିଟିଭ୍ ଚିହ୍ନଟ ହୋଇଛି । ଗତ ୨ମାସର ରେକର୍ଡକୁ ଯଦି ଦେଖିବା ତାହେଲେ ଏହା ସର୍ବନିମ୍ନ ମାମଲା । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧,୭୫,୮୮୨ରେ ପହଞ୍ଚିଛି । ନୂଆ ମାମଲା କମ୍ ହେବା କାରଣରୁ ଦେଶରେ ଆକ୍ଟିଭ୍ ମାମଲାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ସେହିପରି ଦିନକ ମଧ୍ୟରେ ୭୦୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୧୦୯୮୫୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଅର୍ଥାତ୍ ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ କରୋନା ଆକ୍ଟିଭ୍ ମାମଲାରେ ୨୩୧୨୪ ହ୍ରାସ ପାଇଛି । ଅର୍ଥାତ୍ ଦେଶରେ ଏବେ ୮,୩୮,୭୨୯ ଆକ୍ଟିଭ୍ ମାମଲା ରହିଛି । ଯଦି ଆମେ ଶେଷ ୫ ଦିନର କରୋନା ପଜିଟିଭକୁ ଦେଖିବା, ତାହେଲେ ମଙ୍ଗଳବାର ଏଥିରେ ବହୁତ ହ୍ରାସ ହୋଇଛି । ଗୁରୁବାର ୭୮,୫୨୪, ଶୁକ୍ରବାର ୭୦,୪୯୬, ଶନିବାର ୭୩,୨୭୨, ରବିବାର ୭୪,୩୮୩ ଓ ଗତକାଲି ଅର୍ଥାତ୍ ସୋମବାର ୬୬,୭୩୨ ପଜିଟିଭ୍ ଚିହ୍ନଟ ହୋଇଥିଲା । ସେହିପରି ଦେଶରେ କରୋନା ସୁସ୍ଥ ସଂଖ୍ୟା ଲଗାତର ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୭୭୭୬୦ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୬୨୨୭୨୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି । ଦେଶରେ ଏବେ କରୋନାର ସୁସ୍ଥ ହାର ୮୬.୭୮ ପ୍ରତିଶତରେ ପହଞ୍ଚିଛି । କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଦେଶରେ ଲଗାତର ଟେଷ୍ଟିଂ ହେଉଛି । ସୋମବାର ଦେଶରେ ୧୦.୭୩ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ ହୋଇଛି । ରବିବାର ଦେଶରେ ୯,୯୪,୮୫୧ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିସହ ଦେଶରେ ମୋଟ କରୋନା ଟେଷ୍ଟିଂ ବୃଦ୍ଧି ପାଇ ୮.୮୯ କୋଟି ଅତିକ୍ରମ କରିଛି । ଆମେରିକା ପରେ ଭାରତରେ ହିଁ ସର୍ବାଧିକ କରୋନା ଟେଷ୍ଟ କରାଯାଉଛି ।

Leave A Reply

Your email address will not be published.