ରାଜ୍ୟରେ ପୁଣି ୨୬୦୪ କରୋନା ସଂକ୍ରମିତ ଚିହ୍ନଟ

0 87

ଭୁବନେଶ୍ବର: ରାଜ୍ୟରେ ଆଜି ନୂଆ ୨୬୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୫୧୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୨୧୬, ବାଲେଶ୍ବରରୁ ୧୬୪, ବରଗଡ଼ରୁ ୯୦, ଭଦ୍ରକକୁ ୫୦, ବଲାଙ୍ଗୀରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୩୩, ଗଜପତିରୁ ୮, ଗଞ୍ଜାମରୁ ୨୯, ଜଗତ୍‌ସିଂହପୁରରୁ ୮୪, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୩୮୫, କୋରାପୁଟରୁ ୩୧, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୯୫, ପୁରୀରୁ ୪୯, ସୋନପୁରରୁ ୪୪, ସୁନ୍ଦରଗଡ଼ରୁ ୧୮୬ ଓ ଷ୍ଟେଟ୍ ପୁଲରୁ ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୨ ଲକ୍ଷ ୩୨ ହଜାର ୯୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୪୨୮ ରହିଛି। ଏଣେ କରୋନାରେ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.