ବସକୁ ସାଢେ ୫ ଲକ୍ଷ ଟଙ୍କାର ଜରିମାନା

0 78

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ପରିବହନ ବା ଆରଟିଓ ଭୁବନେଶ୍ବର -୨ ପକ୍ଷରୁ ବୁଧବାର ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀବାହୀ ବସ ନଂ- ( ଓଡି- ୧୦- ଏଫ -୦୪୦୯ଟିର ୨୦୧୯ ମେ’ ମାସରୁ ଏଯାଏଁ  ଏମଭି ଟ୍ୟାକ୍ସ ଦେଇ ନ ଥିବାରୁ ଆରଟିଓ ଭୁବନେଶ୍ବର -୨  ପଷରୁ ଏହି ଜରିମାନା କରାଯାଇଛି। ଟ୍ୟକ୍ସ ସହ ମୋଟ ଜରିମାନା ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା କରାଯାଇଛି। ବସଟିର ବୈଧ ଷ୍ଟେଜ କ୍ୟାରେଡ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି।

Leave A Reply

Your email address will not be published.