ମରଣଯନ୍ତା ପାଲଟିଛି ପୁରୁଣା ବାଲିମେଳା ରାସ୍ତା

0 57

ମାଲକାନଗିରି : ମରଣଯନ୍ତା ପାଲଟିଛି ରାସ୍ତା । ଯେତେ ନେହୁରା କଲେ ବି ଗୁହାରି ଶୁଣୁନି ପ୍ରଶାସନ । ମିଳିତ ଭାବେ ଏପରି ଦୃଢ଼ ଅଭିଯୋଗ କରିଛନ୍ତି ୩ ଟି ଗ୍ରାମର ଗ୍ରାମବାସୀ । ଆଜି ଏଭଳି ପରିସ୍ଥିତି ମାଲକାନଗିରି ଜିଲ୍ଲା ଚିତାପାରୀ-୩ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବାନୁଯାୟୀ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିବା ସହ ବହୁ ସରପଞ୍ଚ ଆସି ·ଲି ଗଲେଣି । କିନ୍ତୁ ଏଯାଏଁ ରାସ୍ତା ଟିଏ ସେହି ଗ୍ରାମକୁ ହୋଇପାରୁନାହିଁ । ରାସ୍ତା ନଥିବା ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯେପରିକି ବର୍ଷା ଦିନେ ·ରି ଚକିଆ ଯାନ ଯିବା ଦୂରର କଥା ଦୁଇ ଚକିଆ ଯାନ ଟିଏ ମଧ୍ୟ ଯିବା ସମ୍ଭବପର ହୋଇପାରୁନାହିଁ । ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନାହିଁ ତେଣୁ ଗର୍ଭବତୀ ମହିଳା ମାଆ ମାନଙ୍କୁ ବହୁ ସମୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ଆଣୁଛନ୍ତି । ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆ ଯାଉଥିବା ଗ୍ରାମବାସୀ କହିଛନ୍ତି । ବର୍ଷାଦିନେ ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ପିତା ମାତା ବାଧ୍ୟହୋଇ ନିଜ ଛୁଆ କୁ ବିଦ୍ୟାଳୟ ପର୍ଯ୍ୟନ୍ତ ନେଇ ଛାଡୁଥିବା ଗ୍ରାମବାସୀ କହିଛନ୍ତି । ମୁଖ୍ୟ ରାସ୍ତା ରୁ ଏହି ଗ୍ରାମକୁ ଯିବାକୁ ହେଲେ ୩ ଟି ଗ୍ରାମ ଏହି ରାସ୍ତା ଉପରେ ଭରସା କରୁଛନ୍ତି । ଯଥା:- ଅଲେଖଗୁଡା, ସୀତାଗନ୍ଦୀ ଏବଂ ପୁରୁଣା ବାଲିମେଳା ଗ୍ରାମ । ତେଣୁ ଏହି ରାସ୍ତା ହେଲେ ଏହି ୩ ଟି ଗ୍ରାମର ଲୋକେ ଉପକୃତ ହେବେ ବୋଲି ନିଜର ଦାବି ଜଣାଇଛନ୍ତି । ଯଦି ତୁରନ୍ତ ଏହି ଗ୍ରାମରେ ନୂତନ ରାସ୍ତା ନିର୍ମାଣ କରାନଯାଏ ତାହେଲେ ବାଧ୍ୟହୋଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।

Leave A Reply

Your email address will not be published.