ଓଡ଼ିଶାର ଅତି ପ୍ରିୟ ଜନନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକଙ୍କ 75ତମ ଜନ୍ମଦିବସ ଉପଲକ୍ଷେ ଡୁମାଣୀ ଖବର ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ…

0 61

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ସୁଯୋଗ୍ୟ କନିଷ୍ଠ ସନ୍ତାନ ରୂପେ ନବୀନ ପଟ୍ଟନାୟକ ଅକ୍ଟୋବର 16, 1946 ମସିହାରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ଥିଲେ ଅତି ଶାନ୍ତ ଓ ସରଳ ସ୍ଵଭାବର। ପାଠପଢ଼ା ସମୟରେ ଖେଳକୁଦ ପ୍ରତି ରୁଚି ରଖୁଥିଲେ। ହକି, ଟେନିସ୍‌ ଓ କଳା ସଂସ୍କୃତିରେ ମଧ୍ୟ ଅଧିକ ମନୋନିବେଶ କରୁଥିଲେ। କାଳକ୍ରମେ କଳା ଓ ସଂସ୍କୃତିକୁ ଭଲ ପାଉଥିବା ନବୀନ ପଟ୍ଟନାୟକ ଇ[ାକ୍‌ (ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର ହେରିଟେଜ୍‌)ର ପ୍ରତିଷ୍ଠାତା ଥିଲେ। ତତ୍‌ ସଂଗେ ସଂଗେ ସେ ସୁଲେଖକ ମଧ୍ୟ ଥିଲେ। ସେ ଅନେକ ପୁସ୍ତକ ରଚନା କରିଥିଲେ। ତନ୍ମଧ୍ୟରୁ ଇ ଊରଗ୍ଦରକ୍ସଗ୍ଧ କସଦ୍ଭଶୟକ୍ଟଜ୍ଞ, ଇ ଝରମକ୍ଟଦ୍ଭୟ ଚବକ୍ସବୟସଗ୍ଦର ଭଳି ଅନେକ ପୁସ୍ତକ ଦେଶ ଓ ବିଦେଶରେ ପ୍ରସିଦ୍ଧିଲାଭ କରିଛି। ସମୟ ଅତିକ୍ରମ କରିଚାଲିଥାଏ…. ହଠାତ୍‌ କଳିଙ୍ଗ ସମ୍ରାଟ ବିବୁ ବାବୁଙ୍କର ଦେହାନ୍ତ ହୋଇଯାଏ, 1997 ମସିହା ଏପ୍ରିଲ୍‌ ମାସ 17 ତାରିଖରେ। ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଓଡ଼ିଶା। ତା ପରେ ପରେ ନବୀନ ପଟ୍ଟନାୟକ ପ୍ରବେଶ କରିଥିଲେ ରାଜନୀତିର ପାଦଦେଶରେ। ବାଜପେୟୀଙ୍କ ସରକାରରେ କେନ୍ଦ୍ର କ୍ୟାବିନେଟ୍‌ ପାହ୍ୟା ଭଳି ବହୁ ଗୁରୁତ୍ଵୂର୍ଣ୍ଣ ଦାୟିତ୍ଵ ତୁଲାଇଥିଲେ। 1999 ଅକ୍ଟୋବର 29 ମହାବାତ୍ୟା ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନରେ ଆଣିଥିଲା ଏକ ବଡ଼ ଧରଣର ପରିବର୍ନ୍ନନ। ବାଧ୍ୟ ବାଧକତାରେ ଅବା ଅନିଚ୍ଛା ସନ୍ନ୍ଵେ ହେଉ ରାଜନୀତିରେ ପ୍ରବେଶ କରିଥିବା ନବୀନ ପଟ୍ଟନାୟକ 1999 ପ୍ରଳୟଙ୍କରୀ ମହାବାତ୍ୟାର କରାଳ ରୂ ଓ ତତ୍‌ ସଂଗେ ସଂଗେ କୁଢ଼ କୁଢ଼ ଶବକୁ ଦେଖି ଭାବବିହ୍ଵଳ ହୋଇପଡ଼ିଥିଲେ। ଅସଜଡ଼ା ଓଡ଼ିଶାକୁ ଗଢ଼ିତୋଳିବା ପାଇଁ ମନସ୍ଥ କରିଥିଲେ ସେହିଦିନ। ବୋଧହୁଏ ନବୀନ ପଟ୍ଟନାୟକ ସ୍ଥିର କରିନେଇଥିଲେ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରି ସଂକଳ୍ପ କରିଥିଲେ କି ହେ ମହାପ୍ରଭୁ ମୋତେ ଏଭଳି ଶଚ୍ଛି ଏବଂ ସାମର୍ଥ୍ୟ ଦିଅନ୍ତୁ ଯେପରି ମୋର ଜୀବନର ଶେଷ ମୁହୂର୍ନ୍ନ ପର୍ଯ୍ୟନ୍ତ ସରଳ, ନିରୀହ ଓଡ଼ିଶାବାସୀଙ୍କ ସେବାରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଚାଲିଥିବି…. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଆମ୍ଭେମାନେ କୋଟି କୋଟି ପ୍ରଣାମ କରି ନିବେଦନ କରୁଅଛୁ ଯେ ହେ ମହାପ୍ରଭୁ, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଯିଏକି ନିଜ ଜୀବନର ସବୁ ସୁଖ, ସ୍ଵାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିସାରିଛନ୍ତି ତାଙ୍କୁ ସଦାସର୍ବଦା ଦୀର୍ଘାୟୁ ଓ ଚିରଞ୍ଜିବୀ କରି ରଖିଥାନ୍ତୁ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ବନ୍ଦେ ଉତ୍କଳ ଜନନୀ

Leave A Reply

Your email address will not be published.