ଚାଇନା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଆଣିଲା ସକାରାତ୍ମକ ରେଜଲ୍ଟ

0 64

ବେଜିଂ: ମହାମାରୀ କରୋନା ଭାଇରସକୁ ମାତ୍ ଦେବା ପାଇଁ ଏକାଧିକ ରାଷ୍ଟ୍ର କରୋନା ଟିକା ବାହାର କରିବାରେ ଲାଗିଛନ୍ତି । କିଛି ରାଷ୍ଟ୍ର କରୋନା ଟିକାର ପରୀକ୍ଷା ମୂଳକ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ରୁଷରେ ୨ଟି ଟିକାକୁ ବିଧିବଦ୍ଧ ଭାବେ ପଞ୍ଜିକୃତ କରାଯାଇଛି । ହେଲେ କରୋନାକୁ ସଂପୂର୍ଣ୍ଣ ମାତ ଦେଇପାରୁଥିବା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ, ସେ ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି । ଏସବୁ ଭିତରେ କରୋନା ସୃଷ୍ଟି ହୋଇଥିବା ଚାଇନାରୁ ଟିକା ସମ୍ପର୍କରେ ବହୁତ ବଡ଼ ଓ ଭଲ ଖବର ଆସିଛି । ଚାଇନା ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଗୋଟିଏ ଟିକା ପ୍ରଥମ ଦୁଇଟି ପର୍ଯ୍ୟାୟ ପରୀକ୍ଷାରେ ସକାରାତ୍ମକ ରେଜଲ୍ଟ ଦେଖାଇଛି । ସିଏନବିଜି ପକ୍ଷରୁ ·ଇନାର ସବୁଠାରୁ ବିଶ୍ୱାସ ଓ ବଡ଼ କରୋନା ଟିକା ପ୍ରସ୍ତୁତ କରାଯାଉଛି । ସିଏନବିଜି ପକ୍ଷରୁ କୁହାଯାଇଛି ଯେ ସମ୍ଭାବ୍ୟ କରୋନା ଟିକାର ଡୋଜ ନେବା ପରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଗବେଷକଙ୍କ ମତରେ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା କରୋନା ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହେଉଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଟିକାକୁ ନେଇ ଗବେଷକମାନେ ଏପରି କଥା କହିଛନ୍ତି । ସେହିପରି ବର୍ତ୍ତମାନ ଏହି ଟିକାର ଫେଜ୍-୩ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.