ଦେଶରେ କରୋନା ମୃତ୍ୟୁସଂଖ୍ୟା ୧,୧୨,୧୬୧କୁ ବୃଦ୍ଧି

0 65

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ପୁଣିଥରେ ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ୮୯୫ ଜଣଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୧୨,୧୬୧ରେ ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୬୩,୩୭୧ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି କାରଣରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩.୭ ଲକ୍ଷ ପାର କରାଯାଇଛି । ଗତକାଲି ୬୮୦ ଜଣ ପ୍ରାଣ ହରାଇଥିବା ବେଳେ ଆଜି ମୃତ୍ୟୁସଂଖ୍ୟା ୮୯୫ ରହିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି ।ତେବେ ଦେଶରେ ମୃତ୍ୟୁହାର ୧.୫% ରହିବା ଓ ଆରୋଗ୍ୟ ହାର ବୃଦ୍ଧି ପାଇବା ସମସ୍ତଙ୍କୁ ଆଶ୍ୱସ୍ତ କରିଛ । ୨୪ ଘଣ୍ଟା ମଧ୍ୟରେ ୭୦,୩୩୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୪,୫୩,୭୭୯ରେ ପହଞ୍ଚି ଯାଇଛି ।ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୮୦୪୫୨୮ ରହିଛି । ଏବେ ଦେଶରେ ସଂକ୍ରମିତ ସଂଖ୍ୟା କମୁଥିଲେ ହେଁ ଆଗକୁ ଶୀତ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ବିଶେଷଜ୍ଞମାନେ କହିଛନ୍ତି । ଏହି କାରଣରୁ ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.