ପାକର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନାର କଡ଼ା ଜବାବ

0 75

ଶ୍ରୀନଗର : ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଶୁକ୍ରବାର ସକାଳୁ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ସେନାର ଯବାନମାନେ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ ରଖି ଗୁଳି କରିଛନ୍ତି । ପୁଞ୍ଛ ଜିଲ୍ଲାର ମେନକୋଟ ସେକ୍ଟରରେ ସକାଳ ୫ଟା ୧୫ ମିନିଟରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ତେବେ ଭାରତୀୟ ଯବାନମାନେ ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ସେନା ଆଲର୍ଟ ରହିଛି । ସୂଚନାଯୋଗ୍ୟ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଗତ ୧ ତାରିଖରେ ନୌଗାମ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଥିରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ୪ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.