ଅବିଶ୍ରାନ୍ତ ବର୍ଷା, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି

0 76

ହାଇଦ୍ରାବାଦ : ତେଲେଙ୍ଗାନାରେ ଗତ ୩ ଦିନ ହେବ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଦେଖାଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରୁ ହାଇଦ୍ରାବାଦରେ କେବଳ ୮ ଜଣ ପ୍ରାଣ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ କହିଛନ୍ତି, ଯେଉଁମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଏହା ନୂତନ ଭାବେ ନିର୍ମାଣ କରାଯିବ । ଯଦି ଆଂଶିକ ଭାବେ କ୍ଷତି ହୋଇଛି, ତା’ହେଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେଉଛି । ହାଇଦ୍ରାବାଦ ସମେତ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜରୁରୁକାଳୀନ ୧୩୫୦ କୋଟି ଟଙ୍କା ସହାୟତା ମାଗିଛନ୍ତି । କେସିଆର ୬୦୦ କୋଟି ଟଙ୍କା ·ଷୀଙ୍କ ଲାଗି ଏବଂ ଗ୍ରେଟର ହାଇଦ୍ରାବାଦ ଓ ଅନ୍ୟ ଅଂଚଳରେ ହୋଇଥିବା କ୍ଷତି ପୂରଣ ଲାଗି ୭୫୦ କୋଟି ଟଙ୍କା ମାଗିଛନ୍ତି । ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷା ବିତ୍ପାତ ବଢ଼ିଛି । ବର୍ଷାରେ ୬୭ ହଜାର ୮୬୪ ହେକ୍ଟରରୁ ଅଧିକ ଫସଲ କ୍ଷତି ହୋଇଛି । ୮ଟି ଜିଲ୍ଲାର ·ଷୀ ଅଧିକ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.