ପଥର ବିସ୍ପୋରଣରେ ୩ ଜଣ ମୁତ୍ୟୁ, ୯ ଜଣ ଆହତ

0 70

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଓକିଲ ଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅପରାହ୍ନ ୩ଟା ସମୟରେ ପଥର ବିସ୍ପୋରଣ ଘଟି ୩ ଜଣଙ୍କ ମୁତ୍ୟୁ ଘଟଣା ସ୍ଥଳରେ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି । ୧୦୮ ଯୋଗେ ଆହତ ଲୋକଙ୍କୁ ଗୁଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଲେ ଜଲତାର ପଞ୍ଝାୟତ ଲୁଙ୍ଗୁରୁତାଲ ଗ୍ରାମର ୨ଜଣ ଜମେଶ ଶବର ଓ କଳାବତୀ ଶବର ଏବଂ ଘନାତ୍ରୀ ପଞ୍ଝାୟତର ସାମ୍ପାନି ଗ୍ରାମର ଗୁଡୁ ଶବର ।ପ୍ରଥମେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଝି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଘଟଣା ସ୍ଥଳରେ ଗୁଣପୁର ପୋଲିସ ପହଞ୍ଝି ତଦନ୍ତ ଆରମ୍ଭ କରିଛି । ଗୁଣପୁର ଉପଜିଲ୍ଲାପାଳ,ତହସିଲଦାର ଲକ୍ଷ୍ମି ନାରାୟଣ ସାବତ,ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ସମେତ ବହୁ ପ୍ରଶାସିନିକ ଅଧିକାରୀ ପହଞ୍ଝି ସ୍ଥିତି ଅନୁଧ୍ୟାନ କରିଥିଲେ । ଆହତ ୯ ଜଣଙ୍କ ମଧ୍ୟରେ ୨ ଜଣ ଆହତ ଗୁରୁତୁର ଥିବାବେଳେ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଏହି ୨ ଗୁରୁତରଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତିରିତ କରାଯିବ ବୋଲି ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ମୃତ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୧୦ ହଜାରଟ ଟଙ୍କ ରେଡକ୍ରସ ପକ୍ଷରୁ ପ୍ରଦାନ କରାଯିବ ଏବଂ ସରକାରୀ ନିୟମ ଅନୁଯାୟୀ ମୃତ ବ୍ୟକ୍ତିଙ୍କୁ ସମସ୍ତ ସାହାର୍ଯ୍ୟ ଯୋଗାଇ ଦିଆଯିବ ଓ ଦୋଷୀଙ୍କ ବିରୁଦ୍ଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଗଣମାଧ୍ୟମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.