ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ଏଫଆଇଆର୍ ରୁଜ୍ଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

0 90

ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ସାମ୍ପ୍ରଦାୟିକ ଘୃଣାଭାବ ପ୍ର·ର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କଙ୍ଗନା ଟ୍ୱିଟ୍ କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖୁଛନ୍ତି ସେଥିରେ ସେ ସାମ୍ପ୍ରଦାୟିକତା ରଙ୍ଗ ଦେଇ କଳାକାରଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର । ଏହାପରେ ଆବେଦନକୁ ବି·ର କରି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟ ଏହି ମାମଲାରେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇପିସିର ଧାରା ୧୫୩ (ଏ), ୨୯୫ (ଏ), ୧୨୪ ଏବଂ ୩୪ ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବ । ତେବେ ଏହାକୁ ନେଇ କଙ୍ଗନା ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.