ହାଥରସ୍ ମାମଲା : ପୁଣି ପୀଡ଼ିତାଙ୍କ ଘରେ ପହଂଚିଲା ସିବିଆଇ

0 67

ଲକ୍ଷେ୍ନø, ୧୭ ।୧୦ : ହାଥରସ୍ ମାମଲାର ତଦନ୍ତ ସଂପର୍କରେ ସିବିଆଇ ପୀଡିତାଙ୍କ ଘରେ ପହଞ୍ଚିଛି । ଶନିବାର ପୀଡିତାଙ୍କ ମା, ବୋହୂ ଏବଂ ଭାଇଙ୍କ ସମେତ ପରିବାର ସଦସ୍ୟଙ୍କ ବିବତ୍ତି ରେକର୍ଡ ହେବ । ପଚରାଉଚରା ପାଇଁ ସିବିଆଇର ଡିଏସପି ସହିତ ଅନ୍ୟ ଜଣେ ମହିଳା ଅଧିକାରୀ ଦଳରେ ଅଛନ୍ତି । ଏହାପୂର୍ବରୁ ଶୁକ୍ରବାର ଦିନ ସିବିଆଇ ହାଥରସ ମାମଲାରେ ପ୍ରତ୍ୟକ୍ଷଦର୍ଶୀ ଛୋଟୁ ଓରଫ ବିକ୍ରାନ୍ତଙ୍କ ବିବୃତ୍ତି ରେକର୍ଡ କରିଛି । ବିକ୍ରାନ୍ତ ହେଉଛନ୍ତି ସେହି ବ୍ୟକ୍ତି ଯିଏକି କ୍ଷେତ ନିକଟରେ ପ୍ରଥମେ ପହଞ୍ôଚଥିଲା । ବିକ୍ରାନ୍ତ ସିବିଆଇକୁ ଦେଇଥିବା ବିବୃତ୍ତିରେ ସେ ପୀଡିତାଙ୍କ ପରିବାରକୁ କାଠଗଡ଼ାରେ ଠିଆ କରାଇ ଦେଇଛି । ତେଣୁ ପୀଡିତାଙ୍କ ପରିବାରର ବିବୃତ୍ତି ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ସିବିଆଇ ଆଜି ପୀଡିତାଙ୍କ ପରିବାରକୁ ପ୍ରଶ୍ନ କରିବ ।

Leave A Reply

Your email address will not be published.