ପ୍ରବଳ ବର୍ଷା ଓ ବନ୍ୟାରେ ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ

0 73

ମୁମ୍ବାଇ/କର୍ଣ୍ଣାଟକ, ୧୭ ।୧୦ : ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଅତ୍ୟନ୍ତ ଜଟିଳ କରିଦେଇଛି । ଗୋଟିଏପଟେ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ପ୍ରମୁଖ ନଦୀବନ୍ଧ ଗୁଡ଼ିକରୁ ପାଣି ଛଡ଼ାଯିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ କିଛି ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଦୁଇ ରାଜ୍ୟର ବିଶେଷକରି କୃଷକମାନେ ବିଶେଷ ପ୍ରଭାବିତ ହେବ । ଲକ୍ଷାଧିକ ହେକ୍ଟର ଚାଷଜମି ସଂପୂର୍ଣ୍ଣ ଧୋଇଯାଇଛି । ଉତ୍ତର କର୍ଣ୍ଣାଟକରେ ଗତ ୩ ମାସ ମଧ୍ୟରେ ତୃତୀୟଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବେଲଗାବୀ, କୁଲବର୍ଗି, ରାୟପୁର, ୟାଦାଗିର, କୋପ୍ପଲ, ଗୋଦାଗ, ଘାରୱାଡ଼, ବାଗଲକୋଟ, ବିଜୟପୁରା ଓ ହାବେରୀ ଇଲାକା ସର୍ବାଧିକ ପ୍ରଭାବିତ ହୋଇଛି । ସେହିପରି ମହାରାଷ୍ଟ୍ରର ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ପୁଣେ, ସୋଲାପୁର, ସତାରା ଓ ସାଙ୍ଗଲି ଜିଲ୍ଲାର ଗହମ, ସୋୟାବିନ୍, ପନିପରିବା, ଚାଉଳ, କପା ଆଦି କୃଷି କ୍ଷେତ୍ର ନଷ୍ଟ ହୋଇଯାଇଛି । ଏହାବାଦ୍ ସୋଲାପୁର, ସାଙ୍ଗଲୀ, ସତାରା ଓ ପୁଣେ ଜିଲ୍ଲାରେ ଭାରି ବର୍ଷା କାରଣରୁ ୧୦୦ରୁ ଅଧିକ ବସ୍ତି ନଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ବନ୍ୟା ପ୍ରଭାବିତ ମହାରାଷ୍ଟ୍ର ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସନା ଦେଇଥିଲେ ।

Leave A Reply

Your email address will not be published.