ସାବଧାନ ଇଣ୍ଡିଆ ଦେଖି ହତ୍ୟାକାଣ୍ଡର ଯୋଜନା

0 64

ସରକାରୀ ଚାକିରି ଲୋଭରେ ପିତାଙ୍କୁ ହତ୍ୟା ଯୋଜନା ରଚିଥିଲା ପୁଅ

ଉଦୟପୁର, ୧୭ ।୧୦ : ରାଜସ୍ଥାନର ଉଦୟପୁର ଜିଲ୍ଲାରୁ ପୁଅର ପିତାଙ୍କ ହତ୍ୟାକୁ ନେଇ ରଚିଥିବା ଷଡ଼ଯନ୍ତ୍ର ପର୍ଦ୍ଦାଫାସ୍ ହୋଇଛି । ଜିଲ୍ଲାର ସୁଖେର ଅଞ୍ଚଳରେ ସରକାରୀ ଚାକିରୀ ପାଇବା ପାଇଁ ଜଣେ ପୁଅ ତାଙ୍କ ପିତାଙ୍କୁ ହତ୍ୟା କରିବା ପାଇଁ ଜଘନ୍ୟ ଷଡଯନ୍ତ୍ର ରଚିଥିଲେ । ଏହି ଘୃଣ୍ୟ ଷଡଯନ୍ତ୍ରରେ ପୁଅ ମଧ୍ୟ ନିଜ ବନ୍ଧୁଙ୍କୁ ଅର୍ଥଲୋଭ ଦେଖାଇ ଜଡିତ କରିଥିଲା । ଅଭିଯୁକ୍ତ ପୁଅ ଟିଭି ସିରିଏଲ ସାବ୍ଧାନ ଇଣ୍ଡିଆର ଏପିସୋଡ ଦେଖି ହତ୍ୟାକାଣ୍ଡର ଧାରଣା ଶିଖିଥିଲା । କିନ୍ତୁ ପୁଅ ଏବଂ ତାଙ୍କ ବନ୍ଧୁ ଆଇନର କବଳରୁ ରକ୍ଷା ପାଇପାରିନଥିଲେ । ସୁଖେର ପୋଲିସ ଷ୍ଟେସନ ଏହି ଘଟଣାର ଖୁଲାସା କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣା ସମ୍ପର୍କରେ ସୂଚନା ଦେଇ ଉଦୟପୁର ଏସ୍ପି କୈଳାଶଚନ୍ଦ୍ର ବିଶୋଇ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଅଙ୍କିତ୍ ପାଲିବାଲ ନିବାସୀ କାନୋଡ଼ାନଗର, କାଲକା ମାତାରୋଡ୍ ଉଦୟପୁରର ହୋଇଥିବାବେଳେ ଅଙ୍କିତ୍ର ସାଥୀଙ୍କ ନାମ ନିଖିଳ ଅଟେ । ପଚରାଉଚୁରାରେ ନିଖିଳ କହିଛି ଯେ ସେ ଓ ତା’ର ସାଥୀ ଅଙ୍କିତ ଦୁଇଜଣ ବେରୋଜଗାର ଅଟନ୍ତି । ସେମାନେ ଗତ କିଛିଦିନ ହେବ ଏକ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଅର୍ଥ ଯୋଗାଡ଼ ହୋଇପାରିନଥିଲା । ତେବେ କିଛିମାସ ପୂର୍ବରୁ ନିଖିଳକୁ ଅଙ୍କିତ ତା’ର ପିତାଙ୍କୁ ହତ୍ୟା କରିବା ପାଇଁ କହିଥିଲା । ଯଦ୍ୱାରା କି ତାକୁ ଅନୁକମ୍ପାମୂଳକ ସରକାରୀ ଚାକିରି ବି ମିଳିଯିବ ଓ ରେଷ୍ଟୁରାଣ୍ଟ ପାଇଁ ବି ଅର୍ଥ ଯୋଗାଡ଼ ହୋଇଯିବ । ହତ୍ୟାକୁ ସାକାର ରୂପ ଦେବା ପାଇଁ ସେମାନେ ବହୁଥର ସାବ୍ଧାନ ଇଣ୍ଡିଆର ଏପିସୋଡ୍ ଦେଖିବା ଆରମ୍ଭ କରିଥିଲେ । ଶେଷରେ ସେମାନେ ଷଡ଼ଯନ୍ତ୍ର ରଚିଥିଲେ କି ଅଙ୍କିତ୍ର ପିତା ରାକେଶ ସ୍କୁଲରୁ ଘରକୁ ଫେରିବା ରାସ୍ତାରେ ତାଙ୍କୁ ହତ୍ୟା କରିବେ । ପରେ ଏହି ହତ୍ୟାକୁ ସଡ଼କ ଦୁର୍ଘଟଣାର ରୂପ ଦେବେ । ଏସ୍ପି କୈଳାଶଚନ୍ଦ୍ର ବିଶୋଇ କହିଛନ୍ତି କି ଅକ୍ଟୋବର ୧୪ରେ ଅଙ୍କିର ପିତା ରାକେଶ ସ୍କୁଲ ସାରି ଘରକୁ ଫେରୁଥିଲେ । ବାଟରେ ଏକ ଡିଭାଇଡର ପଡ଼ିବାରୁ ରାକେଶ ଗାଡ଼ି ସାମାନ୍ୟ ଅଟକାଇଥିଲେ । ତୁରନ୍ତ ନିଖିଳ ରାକେଶଙ୍କ ମୁଣ୍ଡକୁ ବଡ଼ ପଥରରେ ଆକ୍ରମଣ କରିଥିଲେ । ଫଳରେ ରାକେଶ ସଡ଼କରେ ପଡ଼ିଯାଇଥିଲେ । ହେଲମେଟ୍ ପିନ୍ଧିଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା । ପୁଣି ନିଖିଳ ଦ୍ୱିତୀୟ ପଥର ମାରିଥିଲା । ତେବେ ପଛରୁ ଆସୁଥିବା ଏକ ଗାଡ଼ି ଦେଖିବା ପରେ ନିଖିଳ ସ୍କୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ନିଖିଳ ଆସି ଅଙ୍କିତ୍କୁ କହିଥିଲା କି କାମ ହେଲା ନାହିଁ । ପରେ ସେମାନେ ଅଙ୍କିତ୍ର ପ୍ରେମିକାଙ୍କ ଘର ଖେରାଦିୱାଡ଼ାକୁ ଚାଲିଯାଇଥିଲେ ।

Leave A Reply

Your email address will not be published.