ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ୍ କ୍ଲାସରେ ଦେଖାଇବାରୁ ଶିକ୍ଷକଙ୍କୁ ହତ୍ୟା

0 73

ପ୍ୟାରିସ: ଜଣେ ହାଇସ୍କୁଲ ଶିକ୍ଷକଙ୍କ ମୁଣ୍ଡ କାଟିଦେଇଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ଅପରାହ୍ନରେ ଫ୍ରାନ୍ସର ରାଜଧାନୀରେ ଏହି ହତ୍ୟାକାଣ୍ଡ ଘଟିଛି । କ୍ଲାସ ରୁମରେ ପାଠ ପଢ଼ାଉଥିବା ବେଳେ ଶିକ୍ଷକ ଜଣଙ୍କ ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ୍ ଦେଖାଇଥିଲେ ଛାତ୍ରଛାତ୍ରୀଙ୍କୁ । ମୃତକ ଜଣଙ୍କ ଇତିହାସ ଶିକ୍ଷକ ବୋଲି ଜଣାପଡ଼ିଛି । ଗତ ତିନି ସପ୍ତାହରେ ଫ୍ରାନ୍ସରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ସ୍କୁଲ ଶେଷ କରି ଅପରାହ୍ନ ୫ଟାରେ ସ୍କୁଲ୍ ବାହାରେ କୋନଫ୍ଲାନ୍ସ ସେଣ୍ଟ ହୋନୋରାଇନରେ ଶିକ୍ଷକ ଜଣଙ୍କ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସନ୍ଦିଗ୍ଧକୁ ଏନକାଉଣ୍ଟର କରିଥିଲା । ପରେ ସନ୍ଦିଗ୍ଧର ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଏହି ସ୍କୁଲ ଶିକ୍ଷକଙ୍କୁ ଧମକ ଦିଆଯାଉଥିଲା । ଅଭିଭାବକ ମାନେ ମଧ୍ୟ ଶିକ୍ଷକଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତେବେ ଶିକ୍ଷକଙ୍କୁ ହତ୍ୟା କରିଥିବା ଆତଙ୍କୀର ଛୁଆ ସେହି ସ୍କୁଲରେ ପଢୁଥିଲେ ବୋଲି କୁହାଯାଉଛି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ପରେ ଏବେ ସୁଦ୍ଧା ୪ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନ ଦେଶରେ ସମସ୍ତେ ନିଜ ନିଜ ବି·ରଧାରା ରଖିପାରିବେ । ଏହା ଗଣତାନ୍ତ୍ରିକ ଦେଶ । ଏଭଳି ଘଟଣା ଘଟାଇ ଦେଶବାସୀଙ୍କୁ ଭୟଭୀତ କରିବାକୁ ଚରମପନ୍ଥୀ ମାନେ ଚେଷ୍ଟା କରୁଛନ୍ତି । ତାଙ୍କର ଉଦ୍ଦେଶ୍ୟ ଦେଶକୁ ବିଭାଜନ କରିବା । ଦେଶବାସୀ କେବେବି ଏଭଳି ହେବାକୁ ଦେବେନି । ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ପଶ୍ଚିମ ୟୁରୋପରେ ପ୍ରାୟ ୫ ନିୟୁତ ମୁସଲମାନ ଜନସଂଖ୍ୟା ରହିଛି । ଇସଲାମ ଧର୍ମାଲମ୍ୱୀ ଏଠାରେ ଦୁଇ ନମ୍ବରରେ ରହିଛନ୍ତି ।

Leave A Reply

Your email address will not be published.