୨୪ ଘଣ୍ଟାରେ କରୋନା ନେଲା ୧୦୩୩ ଜୀବନ

0 69

ନୂଆଦିଲ୍ଲୀ: ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣିଥରେ ୧୦୦୦ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ୧୦୩୩ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ ଏପର୍ଯ୍ୟନ୍ତ ୬୫ଲକ୍ଷରୁ ଅଧିକ ଲୋକ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏହାବ୍ୟତୀତ ଗତ ଦେ ମାସ ଭିତରେ ୨ୟ ଦିନରେ କରୋନା ସକ୍ରିୟ ମାମଲା ୮ଲକ୍ଷରୁ ତଳେ ରହିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୧୮୭୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୪ଲକ୍ଷ ଅତିକ୍ରମ କରିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୯୪,୫୫୨ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୧,୧୪,୦୩୧ରେ ପହଞ୍ଚି ଯାଇଛି । ଏବେ ଆକ୍ଟିଭ୍ ମାମଲା ୭,୮୩,୩୧୧ ରହିଥିବା ବେଳେ ୬୫,୯୭,୨୦୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସୁସ୍ଥ ହାର ଏବେ ୮୮ ପ୍ରତିଶତରେ ପହଞ୍ଚିଛି । ସେହିପରି ମୃତ୍ୟୁହାର ୧.୫ ପ୍ରତିଶତକୁ ହ୍ରାସ ପାଇଛ । ଦେଶରେ ପଜିଟିଭ୍ ହାର ୬.୪ ପ୍ରତିଶତ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯ଲକ୍ଷ ୭୦ହଜାର ୧୬୩ କରୋନା ସାମ୍ପଲ୍ ଟେଷ୍ଟ କରାଯାଇଛି । ଏହାକୁ ମିଶାଇ ମୋଟ ୯ କୋଟି ୪୨ ଲକ୍ଷକ୍ ୨୪ହଜାର ୧୯୦ ସାମ୍ପଲ୍ ଟେଷ୍ଟ ହୋଇସାରିଛି ।

Leave A Reply

Your email address will not be published.