ମଙ୍ଗଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଭସ୍ମିଭୂତ

0 52

ଢେଙ୍କାନାଳ୧୮.୧୦ : ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ମଙ୍ଗଳପୁର ଗ୍ରାମରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୭ବଖରା ଘର ଭସ୍ମିଭୁତ ହୋଇଯାଇଛି । ସୂଚନା ଅନୁଯାୟୀ ମଙ୍ଗଳପୁର ମଜୁରୀ ଛକ ଠାରେ ଥିବା ଶବରସାହିରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଚା÷÷ହିୁଁଚାହୁଁ ନିମିଷକ ମଧ୍ୟରେ ସେହି ସାହିର ୭ ବଖରା ଘର ପୋଡି ଭସ୍ମିଭୁତ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ଭିତରେ ଥିବା ଆସବାବପତ୍ର ସହିତ ଧାନ,ଚାଉଳକୁ ରକ୍ଷା କରିପାରିଲେ ନାହିଁ । ତେବେ ଅଗ୍ନିକାଣ୍ଡରେ ଏହି ସାହିର ଦିଲ୍ଲୀପ ଦେହୁରୀ,ଅମୂଲ୍ୟ ଦେହୁରୀ, ମୁରଲୀ ଦେହୁରୀ øା ପବନା ଦେହୁରୀଙ୍କର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସଦର ତହସିଲଦାର ଲକ୍ଷ୍ମୀଧର ରାଉତ,ଆରଆଇ ବରୁଣ ଜେନା,ଏଆରଆଇ ପଜ୍ଞାସିନୀ ମହାନ୍ତି ଘଟଣା ସ୍ଥଳରେ ପହ୍ଁଚି କ୍ଷୟକ୍ଷତିର ଅନୁଧ୍ୟାନ କରିଥିବା ବେଳେ ଘରପୋଡି ଯାଇଥିବା ପରିବାରକୁ ପଲିଥିନ୍ ଯୋଗାଇ ଦେଇଥିବାର ଜଣାଯାଇଛି ।ବ୍ଳକ ପ୍ରଶାସନ ପକ୍ଷରୁ ଘରପୋଡିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଥିବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.