୬କ୍ୱିଣ୍ଟାଲ ୬୦କେଜି ରକ୍ତ ଚନ୍ଦନ କାଠ ଜବତ

0 76

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଲାବଣ୍ୟଗଡ ଠାରେ ଥିବା ବିରଳ ରକ୍ତ ଚନ୍ଦନ ବନରୁ ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ମାଫିଆଙ୍କ ଦ୍ୱାରା କଟାଯାଇ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯାଇଥିବା ୬କ୍ୱିଣ୍ଟାଲ ୬୦କେଜି ରକ୍ତ ଚନ୍ଦନକୁ ଜବତ କରାଯାଇଥିବା ଜଣାଯାଇଛି । ଏହା ଗାରବନ୍ଧ ଥାନା ନିକଟସ୍ଥ ଆନ୍ଧ୍ର ସୀମାନ୍ତ ଭୀମପୁର ଗ୍ରାମର ଏକ ପରିତ୍ୟକ୍ତ ଘରେ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯାଇଥିଲା । ଏହାର ସୁଚନା ପାରଳା ଡିଏଫଓ ସଂଗ୍ରମ କେଶରୀ ବେହେରାଙ୍କ ଠାରେ ପହଞ୍ଚିବା ପରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ସ୍ୱତନ୍ତ୍ର ଚଢାଉ କରି ରକ୍ତ ଚନ୍ଦନ କାଠ ଗୁଡିକୁ ଜବତ କରିଛନ୍ତି । କିନ୍ତୁ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ । ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ମାଫିଆ ମାନଙ୍କ ସହ କେତେକ ଦଲାଲଙ୍କ ମିଳିତରେ ଗଠିତ ହୋଇଥିବା ରକ୍ତଚନ୍ଦନ ଚୋରା ଚାଲାଣ ର୍ୟାକେଟ ଏଥିରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ପାରଳା ବନଖଣ୍ଡର ଅଧିନରେ ଥିବା ରକ୍ତଚନ୍ଦନ ବନରୁ କର୍ମଚାରୀ ଓ ଅଧିକାରୀଙ୍କ ଅଜ୍ଞାତ ସାରରେ କିଭଳି ୬କ୍ୱିଣ୍ଟାଲ ୬୦କେଜି ୧୮ ଖଣ୍ଡ ରକ୍ତ ଚନ୍ଦନ କାଠ କିଭଳି ଭୀମପୁର ଗ୍ରାମର ଏକ ପରିତକ୍ତ ଘରକୁ ଆସିଲା? । ଅତ୍ୟନ୍ତ ମୁଲ୍ୟବାନ ମୋହଷଧି ତିଆରି ପାଇଁ ଆନ୍ତର୍ଜାତୀୟ ବଜାରରେ ରକ୍ତଚନ୍ଦନର ଚାହିଦା ଯଥେଷ୍ଟ ପରିମାଣରେ ରହିଛି । ଆନ୍ତର୍ଜାତୀୟ ବଜାରରେ ୬କ୍ୱିଣ୍ଟାଲ ୬୦କେଜି ରକ୍ତ ଚନ୍ଦନର ମୁଲ୍ୟ ୪୦ରୁ୫୦ ଲକ୍ଷ ଟଙ୍କା ହେବ । ଏହି ତେଣୁ ଏହି ମାଫିଆମାନେ ଅଞ୍ଚଳର କେତେକ ଦଲାଲ ଓ ଦୁର୍ନିତି ଗ୍ରସ୍ତ କର୍ମଚାରୀଙ୍କ ସହାୟତାରେ ବିରଳ ଓ ଅତ୍ୟନ୍ତ ମୁଲ୍ୟବାନ ଚନ୍ଦନ ଗଛକୁ କାଟି ଚୋରା ଚାଲାଣ କରୁଛନ୍ତି । ବନ ବିଭାଗ ଅଧିନରେ ଥିବା ଲାବଣ୍ୟଗଡ ବିରଳ ରକ୍ତଚନ୍ଦନ ବନକୁ ଉଚ୍ଚସ୍ତରୀୟ ସଠିକ୍ ତଦନ୍ତ ଓ ଅନୁଧ୍ୟାନ କଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ।

Leave A Reply

Your email address will not be published.