ଆତ୍ମଘାତୀ କାର୍ ବିସ୍ଫୋରଣ: ୧୨ ମୃତ, ୧୨୦ ଆହତ

0 66

କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ ଏହି ଆତ୍ମଘାତୀ ଆକ୍ରମଣ ପ୍ରାନ୍ତୀୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ହୋଇଥିଲା । ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି । ତେବେ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରହିଥିବାବେଳେ ଏହି ଆକ୍ରମଣ ହୋଇଛି । ଦେଶରେ ବର୍ଷ ବର୍ଷ ଧରି ·ଲିଥିବା ଯୁଦ୍ଧକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଏହି ଆଲୋଚନା ·ଲିଛି । ଘୋର ପ୍ରାନ୍ତୀୟ ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ ଏହି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଏହି ଶବ୍ଦ ରାଜଧାନୀ ଫିରୋଜ କୋହ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ ଯୋଗୁ କେତେକ ସରକାରୀ ଭବନ ଆଂଶିକ ଭାବେ ଭାଙ୍ଗି ଯାଇଛି । ବିଶେଷକରି ପୋଲିସ ପ୍ରମୁଖ କାର୍ଯ୍ୟାଳୟ, ମହିଳା ବିଭାଗ, ଶରଣାର୍ଥୀଙ୍କ ପାଇଁ ପ୍ରାନ୍ତୀୟ କାର୍ଯ୍ୟାଳୟ ଭାଙ୍ଗି ଯାଇଛି ।

Leave A Reply

Your email address will not be published.