ଇମ୍ରାନ୍ ଡରୁଆ, ଅଯୋଗ୍ୟ : ମାରିୟମ୍ ନୱାଜ୍

0 70

କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ

ଇସଲାମାବାଦ: କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । କରାଚିରେ ରହୁଥିବା ନୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଅୱାନଙ୍କୁ ପୋଲିସ ଏକ ହୋଟେଲରୁ ଗିରଫ କରି ନେଇଛି । ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ୍ ଲିଗ୍ର ଉପାଧ୍ୟକ୍ଷ ମାରିୟମ ନୱାଜ ସୂଚନା ଦେଇ କହିଛନ୍ତି ପୋଲିସ ସକାଳୁ ସକାଳୁ ସେ ରହୁଥିବା ହୋଟେଲର ରୁମକୁ ଆସିଥିଲେ । କବାଟ ଭାଙ୍ଗି ସଫଦରଙ୍କୁ ଜବରଦସ୍ତ ନେଇ ଯାଇଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ସୂଚନାଥାଉକି ଗତକାଲି କରାଚୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ବିରୋଧୀ ଦଳ ଏକାଠି ହୋଇ ବିରାଟ ଶକ୍ତି ପ୍ରଦର୍ଶନ କରାଯାଇଛି । ୯ଟି ବିରୋଧୀ ଦଳ ଏକାଠି ହୋଇ ବିଶାଳ ରାଲି କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ବିରୋଧ କରି ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଯଦି ଇମ୍ରାନ ଖାନ ସରକାରକୁ ଅଧିକ ଦିନ ଦେଶର ଦାୟିତ୍ୱ ଦିଆଯାଏ, ତେବେ ଦେଶ ପୁରା ଧ୍ୱଂସ ପାଇଯିବ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ କହିଛନ୍ତି । ପାକିସ୍ତାନ ମୁସ୍ଲିମ୍ ଲିଗ୍ ପକ୍ଷରୁ ଗତକାଲି ରାଲିର ଆୟୋଜନ କରାଯାଇଥିଲା । ରାଲିରେ ଉଦ୍ବୋଧନ ଦେଇ ମାରିଅମ ଇମ୍ରାନ ଖାନ୍ ଡରୁଆ, ଅଯୋଗ୍ୟ ବୋଲି କହିଛନ୍ତି । ପ୍ରତିକଥାରେ ଇମ୍ରାନ ସେନାକୁ ଢାଲ କରି ବର୍ତ୍ତିବା ପାଇଁ ·ହୁଛନ୍ତି । ଏଥି ସହିତ ଇମ୍ରାନଙ୍କୁ ଭ୍ରଷ୍ଟା·ରୀ ବୋଲି କହିଛନ୍ତି । କରୋନା ମୁକାବିଲାରେ ଇମ୍ରାନ ସରକାର ସମ୍ପୂର୍ଣ୍ଣ । ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଥାଉ କି ଗତ କିଛିଦିନ ହେବ ଇମ୍ରାନ ସରକାରଙ୍କ ବିରୋଧରେ ବିରୋଧୀମାନେ ମାତିଛନ୍ତି । ଦେଶର ପ୍ରାୟ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଇମ୍ରାନ ସରକାର ଏବଂ ସେନା ବିରୋଧରେ ସ୍ୱର ଉଠାଇଛନ୍ତି ।

Leave A Reply

Your email address will not be published.