ଅଭିଯୁକ୍ତ ମହିଳାଙ୍କୁ ପୁଲିସର ଗଣଦୁଷ୍କର୍ମ

0 66

ଭୋପାଲ୍: ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ି ବଢ଼ି ·ଲିଛି । ମଧ୍ୟପ୍ରଦେଶର ରେୱା ଜିଲ୍ଲାରୁ ପୁଣି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ୧୦ ଦିନ ଧରି ପୁଲିସ କର୍ମୀମାନଙ୍କ ଦ୍ୱାରା ୨୦ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ପୀଡ଼ିତା ଜଣକ ଜେଲ ଦଣ୍ଡ ଭୋଗୁଛନ୍ତି । ଲକ୍ ଅପରେ ଥିବା ବେଳେ ଏସ୍.ଆଇଙ୍କ ସମେତ ୫ଜଣ ପୁଲିସ କର୍ମୀ ତାଙ୍କୁ ୧୦ ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୧୦ରେ ଯେତେବେଳେ ଅତିରିକ୍ତ ଜିଲ୍ଲା ଜଜ୍ ଏବଂ ଓକିଲ ଜେଲକୁ ଯାଞ୍ଚ କରିବାକୁ ଯାଇଥିଲେ, ସେତେବେଳେ ଘଟଣାଟି ପ୍ରଘଟ ହୋଇଥିଲା । ମିଳିଥିବା ସୂଚନା ମୁତାବକ, ପୀଡ଼ିତା ଜଣକ ଅତିରିକ୍ତ ଜିଲ୍ଲା ଜଜଙ୍କ ନିକଟରେ ପୁଲିସ କର୍ମୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହା ପରେ ଜଜ୍ ମାମଲାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଜଙ୍କ ନିକଟରେ ଯୁବତୀ ଜଣକ କହିଥିଲେ ସେ ପାଞ୍ଚ ଜଣ ପୁଲିସ କର୍ମୀଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତିୟ ମେ’ ୯ରୁ ମେ’ ୨୧ ପର୍ଯ୍ୟନ୍ତ ୧୦ ଦିନ ଧରି ଥାନାରେ ପୁଲିସ କର୍ମୀମାନେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏ ନେଇ ଜେଲ୍ ୱାର୍ଡନଙ୍କୁ ସେ ତିନି ମାସ ପୂର୍ବରୁ ଜଣାଇଥିଲେ । ତେବେ ଜେଲ୍ ୱାର୍ଡନ ମଧ୍ୟ ଏବାବଦରେ ଅବଗତ ଥିଲା ମହିଳାଙ୍କ ଓକିଲ କହିଛନ୍ତି । ଅନ୍ୟପଟେ ମେ’ ୨୧ରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ପୁଲିସ କହିଛି ।

Leave A Reply

Your email address will not be published.