ଭାରତୀୟ ସେନା ଦ୍ୱାରା ଚୀନର ଜଣେ ଯବାନ ଗିରଫ

0 71

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଆଜି ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଛି । ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି । ଭାରତୀୟ ସେନା ସୁତ୍ରରୁ ଜଣାପଡିଛି ଯେ ଉକ୍ତ ଚୀନ ସୈନିକକୁ ଲଦାଖର ଡେମଚୋକ୍ ଅଞ୍ଚଳରୁ ଗିରଫ କରାଯାଇଛି । ତଲାସୀ ବେଳେ ତା ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିବା ଜଣାପଡ଼ିଛି । ତେବେ ତା’ ନିକଟରୁ କୌଣସି ମାରଣାସ୍ତ୍ର ମିଳିନାହିଁ । ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା କହୁଛି । ଅନ୍ୟପକ୍ଷରେ ସେ ଚୀନର ଜଣେ ଗୁଇନ୍ଦା କି ନା, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସେ ଅଜାଣତରେ ସୀମା ଏପଟକୁ ପଳାଇଆସିଥିଲା । ତେବେ ସେନା ପକ୍ଷରୁ ଏକ ଔପ·ରିକ ବିବୃତିରେ କୁହାଯାଇଛି ଯେ ଗିରଫ ସୈନିକର ନାମ କର୍ପୋରାଲ ୱାଙ୍ଗ ୟା ଲଙ୍ଗ । ତାକୁ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଆବଶ୍ୟକ ପ୍ରକ୍ରିୟା ପରେ ତାକୁ ଚୀନର ପିଏଲଏକୁ ହସ୍ତାନ୍ତର କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୫ ରେ ଗଲୱାନରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିରେ ଚୀନର ମଧ୍ୟ ସୈନିକ ନିହତ ହୋଇଥିଲେ ମଧ୍ୟ ଚୀନ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ ।

Leave A Reply

Your email address will not be published.