କରୋନା ପ୍ରକୋପରେ ଲାଗିଲା ବ୍ରେକ୍

0 66

୨୪ ଘଣ୍ଟାରେ ୪୬ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୦ ।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬,୭୯୦ ଜଣ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୯୭,୦୬୩ ରହିଛି । ବିଗତ ୯୦ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତ କମ୍ ହୋଇଥିବା ଜଣାପଡ଼ିଛି ଯାହାକି ଦେଶ ପାଇଁ ବଡ଼ ଆଶ୍ୱସ୍ତିକର ଖବର । ଏବେ ଦେଶରେ ମୋଟ୍ ୭,୪୮,୫୩୮ ଜଣ ଚିକିତ୍ସାଧୀନ ଥିବା ବେଳେ ୬୭,୩୩,୩୨୮ ଜଣ ଆରୋଗ୍ୟ ହୋଇଥିବା ବେଳେ ୧,୧୫,୧୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, “ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି । ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବିଶେଷ ଭାବରେ କରୋନା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି । କିନ୍ତୁ ଏହା ଅଳ୍ପ ରାଜ୍ୟରେ ଓ କିଛି ଅଞ୍ଚଳରେ ସୀମିତ ରହିଛି ବୋଲି ସେ କହିଥିଲେ । ଏବେ ଦେଶରେ କରୋନା ଆରୋଗ୍ୟ ହାର ୮୮.୨୬ ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର ୧.୫୨ ପ୍ରତିଶତ ରହିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରହିଥିବା ସୂଚନା ରହିଛି । କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି । ଯେଉଁଠି ଏବେ ୧୬,୦୧,୩୬୫ ଜଣ ସଂକ୍ରମିତ ହୋଇଛନ୍ତି । ୪୨,୨୪୦ ଜଣଙ୍କର ମୃତ୍ୟୁ ଘଟିଛି । ଏଯାବତ ଦେଶରେ ୯,୬୧,୧୬,୭୭୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର କହିଛି ।

Leave A Reply

Your email address will not be published.